Home Top News କ୍ଷମା ମାଗନ୍ତୁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ର ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ

କ୍ଷମା ମାଗନ୍ତୁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ର ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ

47

ପୁରୀ ୭ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ନାଁ ପୂର୍ବରୁ ଶ୍ରୀଜଗନ୍ନାଥ ଧାମ ଲଗାଇବା ନେଇ ଦିନକୁ ଦିନ ରାଜନୀତି ଜୋର ଧରିଛି। ଗତକାଲି ଏ ନେଇ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ସହ ବିଜେପି ରାଷ୍ଟୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର ପୁରୀ ରେଳଷ୍ଟେସନରେ ଧରିଥିବା ଏକ ବ୍ୟାନରରେ ଶ୍ରୀ ଜଗନ୍ନାଥଙ୍କ ନାମରେ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଥିଲା।ଏହାକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ଆଜି ଦୃଢ ପ୍ରତିବାଦ କରାଯାଇଛି।

ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠ ଓ ମାର୍କେଟ ଛକରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ସେ ପୁରୀ ଆସି ନିଃସର୍ତ୍ତ କ୍ଷମା ପ୍ରାଥନା କରିବାକୁ ଦାବି କରାଯାଇଛି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର ବାରମ୍ବାର ଶ୍ରୀଜଗନ୍ନାଥଙ୍କୁ ନେଇ କଦର୍ଥ ଆଚରଣ ଓ ଵ୍ୟଵହାର କରୁଥିବାରୁ ବିଜେଡି ରାଜରାସ୍ତାରେ ଏହାର ଦୃଢ଼ ପ୍ରତିବାଦ କରିଛି। ସେ କ୍ଷମା ପ୍ରାର୍ଥନା ନକରିଲେ ଆଗାମୀ ଦିନରେ ତାଙ୍କୁ ପୁରୀ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.