Home ଅପରାଧ ୨୦ନମ୍ବର ଜାତୀୟ ରାଜପଥ କଡ଼ରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

୨୦ନମ୍ବର ଜାତୀୟ ରାଜପଥ କଡ଼ରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

1321

କେନ୍ଦୁଝର, ତା ୨୬ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)
କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ୨୦ନମ୍ବର ଜାତୀୟ ରାଜପଥ ମଛାଳ ଛକ ରାସ୍ତା କଡରେ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର । ଆଜି ସକାଳେ ସ୍ଥାନୀୟ ଲୋକମାନେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ମୃତ ଯୁବତୀ ଜଣଙ୍କ ଶୈଲଙ୍ଗ ଗ୍ରାମର ରୀନାରାଣୀ ସାହୁ(୩୦) ବୋଲି ଜଣାପଡିଛି । ସେ ଆଜକୁ ଅଢେ଼ଇ ବର୍ଷ ପୂର୍ବେ କେଶଦୁରାପାଳରେ ବିବାହ କରିଥିଲେ । ନିଃସନ୍ତାନ କାରଣରୁ ଗତ କିଛି ଦିନ ହେବ ନିଜ ବାପ ଘରେ ରହୁଥିଲେ । ମୃତରୁ କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଓ ସାଇଟିଫିକ୍ ଘଟଣାର ତଦନ୍ତ ଚଳାଇଛି, ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପରିବାର ଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ହତ୍ୟା କରାଯାଇଥିବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.