Home ଜିଲ୍ଲା ପରିକ୍ରମା ୧.୫ କୋଟି ଖର୍ଚ୍ଚରେ ନିର୍ମାଣ ହେବ କାନ୍ତକବିଙ୍କ ସ୍ମାରକୀ : ଡିସେମ୍ବର ୯ ସୁଦ୍ଧା କାର୍ଯ୍ୟ...

୧.୫ କୋଟି ଖର୍ଚ୍ଚରେ ନିର୍ମାଣ ହେବ କାନ୍ତକବିଙ୍କ ସ୍ମାରକୀ : ଡିସେମ୍ବର ୯ ସୁଦ୍ଧା କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ

77

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ମାଟିର ମହକ ତଥା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଭଦ୍ରକରେ ଏକ ସ୍ମାରକୀ ନିର୍ମାଣ କରାଯିବ । କାନ୍ତକବିଙ୍କ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସରକାର ମାନ୍ୟତା ଦେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାବ ପ୍ରବଣତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଦେଢକୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭଦ୍ରକ ଠାରେ କାନ୍ତକବିଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହ ଏକ ନାଟ୍ୟ ମଣ୍ଡପ, ଲାଇବ୍ରେରୀ ଓ ପାର୍କ ପ୍ରଭୂତି ରହିବ । ଏହି ସ୍ମାରକୀ ନିର୍ମାଣ କରିବା ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ନିରୂପଣ କରି ବିଭାଗକୁ ଜଣାଇବାକୁ ଭଦ୍ରକ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଡିସେମ୍ବର ୯ ତାରିଖ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ଏହାବ୍ୟତୀତ କାନ୍ତକବିଙ୍କ ଜନ୍ମସ୍ଥଳୀ ତିହିଡି ବ୍ଲକ୍‌ସ୍ଥିତ ତାଳପଦା ଠାରେ ମଧ୍ୟ ତାଙ୍କ ସମୃତି ରକ୍ଷା ଉଦ୍ଦେଶ୍ୟରେ କେତେକ କାର୍ଯ୍ୟ ହାତକୁ ନିଆଯିବାକୁ ସ୍ଥିର ହୋଇଛି । ଏସବୁ କାର୍ଯ୍ୟ କାନ୍ତକବିଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଶା କରାଯାଉଛି । ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଭଦ୍ରକ ଜିଲାର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସମେତ ବିଜେଡିର ଅନ୍ୟ ବିଧାୟକମାନେ ଓ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.