Home ଓଡ଼ିଶା ୧୯୭୭ ମାଟ୍ରିକ୍ ବ୍ୟାଚ୍‌ର ମା ମଣିନାଗ ପୀଠରେ ବନ୍ଧୁ ମିଳନ

୧୯୭୭ ମାଟ୍ରିକ୍ ବ୍ୟାଚ୍‌ର ମା ମଣିନାଗ ପୀଠରେ ବନ୍ଧୁ ମିଳନ

49

ନୟାଗଡ/୩୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବଜେନ୍ଦ୍ର ନୋଡାଲ୍ ଉଚ୍ଚ ବିଦ୍ୟାଳୟର ୧୯୭୭ ବ୍ୟାଚ୍ ବନ୍ଧୁ ମିଳନ ମା ମଣିନାଗ ପୀଠରେ ଡିସେମ୍ବର ୩୦ ତାରିଖ ମଧ୍ୟାନ୍ନ ରେ ଅନୁଷ୍ଠିତ ହୋଇଯାଇଅଛି । ସୂର୍ଯ୍ୟ ମହାପାତ୍ରଙ୍କ ଆବାହକତ୍ୱ ରେ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ମା ମଣିନାଗଙ୍କ ଉଦେଶ୍ୟ ରେ ଜଗତର କଲ୍ୟାଣ ପାଇଁ ଦୀପ ପ୍ରଜ୍ୱଳୋନ କରି ସଭାପତି ସନ୍ତୋଷ କୁମାର ପ୍ରହରାଜ ଓ ସମ୍ପାଦକ ଅନନ୍ତ ନାରାୟଣ ମହାପାତ୍ର ବନ୍ଧୁ ମିଳନ ଉତ୍ସବ ଆରମ୍ଭ କରିଥିଲେ ।

ଏହି ବନ୍ଧୁ ମିଳନ ଉତ୍ସବରେ ବିଶ୍ୱମ୍ବର ରଥ , ଶ୍ରୀକାନ୍ତ ମିଶ୍ର , ମାଧବ ସୁନ୍ଦରାୟ , ଯୋଗୀନାଥ ମହାରଣା , ଧନେଶ୍ୱର ସାହୁ , ଲକ୍ଷ୍ମୀଧର ମହାରଣା , ପ୍ରଶନ୍ନ କୁମାର ରାୟ , ମନୋଜ କୁମାର ଜେନା , ସତ୍ୟ ନାରାୟଣ ନାୟକ, ହରିହର ପଟ୍ଟନାୟକ , କିଶୋର ଚନ୍ଦ୍ର ନାୟକ  ଓ ବହୁ ବନ୍ଧୁ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହି ବନ୍ଧୁ ମାନଙ୍କୁ ନେଇ ରଣପୁର ବିକାଶ ପାଇଁ ଅନେକ ଚିନ୍ତା କରାଯିବ ବୋଲି ନିଷ୍ପତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.