Home ଓଡ଼ିଶା ରଣପୁର ରେ ଠକେଇ ଜାଲିଆତି ଅଭିଯୋଗ ରେ ଯୁବକ କୋର୍ଟ ଚାଲାଣ

ରଣପୁର ରେ ଠକେଇ ଜାଲିଆତି ଅଭିଯୋଗ ରେ ଯୁବକ କୋର୍ଟ ଚାଲାଣ

28

ନୟାଗଡ/୩୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଥାନା ରଣପୁର ରେ ଥିବ ଷ୍ଟେଟ୍ ବ୍ୟାଙ୍କରେ  ଗତ ୨୯ ଡିସେମ୍ବର ରେ ଜଣେ ଯୁବକ କ୍ୟାସ୍ କାଉଣ୍ଟର ରେ ପଶି ନିଜକୁ ଜଣେ ବ୍ୟାଙ୍କ ଅଡିଟର ପରିଚୟ ଦେଇ କର୍ମଚାରୀଙ୍କୁ ଧମକାଇ ଥିଲେ । ସେ ବେକରେ ଷ୍ଟେଟ୍ ବ୍ୟାଙ୍କ ର ପରିଚୟ ପତ୍ର ପକାଇ ଏଭଳି ଆଚରଣ ପ୍ରଦର୍ଶନ କରୁଥିଲେ । ଯାହାକୁ କି ସଂନ୍ଦେହ କରି ବ୍ୟାଙ୍କ ପରିଚାଳକ ପୁରୁଷୋତ୍ତମ କିସ୍କୋ ଉଚ୍ଚ କର୍ତୁପକ୍ଷ ଙ୍କ ସହ ଯୋଗା ଯୋଗ କରି ରଣପୁର ଥାନା କୁ ଖବର ଦେଇଥିଲେ ।

ରଣପୁର ଥାନା ସବ୍ ଇନିସ୍ପେକ୍ଟର ପୁରୁଷୋତ୍ତମ ପ୍ରଧାନ ଘଟଣା ସ୍ଥଳ କୁ ଯାଇ ସେହି ଯୁବକ କୁ ଗିରଫ କରିଥିଲେ । ଯୁବକ ଜଣକ ହେଇଛନ୍ତି ଜଟଣୀ ଥାନା ବାଛରା ଗ୍ରାମର ରାକେଶ କେଶରୀ ମହାରଥି । ଯୁବକ ଜଣକୁ ବ୍ୟାଙ୍କରୁ ଠକେଇ ଓ ଜାଲିଆତି ଅଭିଯୋଗ ରେ କୋର୍ଟ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି । ସେହି ଯୁବକ ଙ୍କ ସହଯୋଗୀ ମାନେ ଫେରାର୍ ହୋଇଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକମାନେ ଯୁବକ ଜଣକୁ ବ୍ୟାଙ୍କ ଡକାୟତି ଉଦେଶ୍ୟରେ ଆସିଥିବା ସନ୍ଦେହ କରୁଛନ୍ତି । ରଣପୁର ଅଂଚଳରେ ଏହା ଏକ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.