Home Top News ୧୯ରେ ପୁଣି ଏକ ଲଘୁଚାପ ସମ୍ଭାବନା : ୧୮ ରୁ ପ୍ରବଳ ବର୍ଷିବ, ୧୯ରେ ପ୍ରବଳ

୧୯ରେ ପୁଣି ଏକ ଲଘୁଚାପ ସମ୍ଭାବନା : ୧୮ ରୁ ପ୍ରବଳ ବର୍ଷିବ, ୧୯ରେ ପ୍ରବଳ

56

ଭୁବନେଶ୍ୱର ୧୬-୮ (ଓଡ଼ିଆ ପୁଅ) ଅଗଷ୍ଟ ୧୯ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ବିଶେଷ କରି ୧୮ ଓ ୧୯ ତାରିଖରେ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସୂଚନାଯୋଗ୍ୟଯେ, ଗତ କିଛି ଦିନ ଧରି ଲଘୁଚାପ କାରଣରୁ କ୍ରମାଗତ ଲଗାଣ ବର୍ଷା ହେବା ଫଳରେ ଓଡ଼ିଶାର ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି। ତଳିଆ ଅଞ୍ଚଳରେ ଅନେକ ଲୋକଙ୍କ ଘରେ ପାଣି ପଶିଯିବାରୁ ଅନେକ ହଇରାଣ ହରକତ ଅବସ୍ଥାରେ ଅଛନ୍ତି। ଲଘୁଚାପ ଜନିତ ବର୍ଷା କାରଣରୁ ବୈତରଣୀ, ମହାନଦୀର ଜଳସ୍ଥର ବଢ଼ିଛି।

ବୈତରଣୀ ନଦୀର ଶାଖା ନଦୀ କାଣୀ ନଦୀବନ୍ଧରେ ଏକ ଘାଇ ସୃଷ୍ଟି ହେବା ଫଳରେ ଦଶରଥପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବନ୍ୟା ଜଳ ମାଡିଯାଇ ବହୁ ଧନ ଜୀବନ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହୋଇଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.