Home Top News କର୍ଣ୍ଣାଟକରେ ସାବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ବିବାଦ – ଶିମୋଗାରେ କର୍ଫ୍ୟୁ

କର୍ଣ୍ଣାଟକରେ ସାବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ବିବାଦ – ଶିମୋଗାରେ କର୍ଫ୍ୟୁ

40

ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) କର୍ଣ୍ଣାଟକରେ ସାବରକର ଏବଂ ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ବିବାଦ ଉପୁଜିଛି। ଏ ନେଇ କର୍ଣ୍ଣାଟକରେ କେତେକ ସ୍ଥାନରେ ୧୪୪ ଧାରା ଜାରୀ ହୋଇଥିବା ବେଳେ ଶିମୋଗାରେ କର୍ଫ୍ୟୁ ଲାଗୁ କରାଯାଇଛି। ତୋବୋ ଆଜି ସହରର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ‌୍ୟଯେ, ଦେଶ ୭୬ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ସାବରକର ଏବଂ ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ କର୍ଣ୍ଣାଟକର ଶିମୋଗାଠାରେ ହିଂସା ଘଟଣା ଘଟିଛି। ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରାଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ଏକ ଗୋଷ୍ଠୀ ସାବରକରଙ୍କ ପୋଷ୍ଟରକୁ ହଟାଇବାକୁ ଚେଷ୍ଟା କରିଥିଲେ ଏବଂ ଟିପୁ ସୁଲତାନଙ୍କ ସମର୍ଥକ ଗୋଷ୍ଠୀ ସେଠାରେ ସୁଲତାଲଙ୍କ ପୋଷ୍ଟର ଧରି ପହଁଚିଥିଲେ। ଏହା ପରେ ହିନ୍ଦୁ ଓ ମୁସଲମାନ ଯୁବକମାନଙ୍କ ମଧ୍ୟରେ ତର୍କ ବିତର୍କ ହୋଇଥିଲା ଯାହା ଫଳରେ ହିଂସାକାଣ୍ଡର ପ୍ରାରମ୍ଭ ହୋଇଥିଲା। ଏ ନେଇ ପୋଲିସ ଲୋକଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାର୍ଜ କରିଥିଲା ବୋଲି କୁହାଯାଉଛି।

ତେବେ ଘଟଣାସ୍ଥଳରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରଶାସନ ପକ୍ଷରୁ ଶାନ୍ତି ବଜାୟ ରଖିବା ପାଇଁ ଲୋକଙ୍କୁ ନିବେଦନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.