Home Top News ୧୮୯୬ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ନଷ୍ଟ କଲା ଏନ୍‌ସିବି

୧୮୯୬ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ନଷ୍ଟ କଲା ଏନ୍‌ସିବି

36

ଭୁବନେଶ୍ବର ୨୭-୭ (ଓଡ଼ିଆ ପୁଅ) ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଭୁବନେଶ୍ବର ଉପଜୋନ୍ ପକ୍ଷରୁ ମଙ୍ଗଳବାର ଦିନ ୧ହଜାର ୮୯୬ କିଲୋ ୮୧୨ ଗ୍ରାମ ଗଞ୍ଜେଇ ନଷ୍ଟ କରାଯାଇଛି। ଓଡ଼ିଶାର ବିଭିନ୍ନ କୋର୍ଟରେ ପଞ୍ଜିକୃତ ୭ଟି ମାମଲାରେ ଜବତ ଏସବୁ ଗଞ୍ଜେଇକୁ ନିୟମିତ ନିଶାଦ୍ରବ୍ୟ ନଷ୍ଟ କମିଟିର ଉପସ୍ଥିତିରେ ଖୋର୍ଦ୍ଧାର ସାନି କ୍ଲିନ୍ ପ୍ରାଇଭେଟ୍ ଲିମିଟେଡ ଠାରେ ଭସ୍ମିକରଣ ମାଧ୍ୟମରେ ନଷ୍ଟ କରାଯାଇଥିଲା।

ଗଞ୍ଜେଇ ନଷ୍ଟ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ, ନିୟମିତ ନିଶାଦ୍ରବ୍ୟ ନଷ୍ଟ କମିଟି (ଆରଡିଡିସି) ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନସିବି କୋଲକାତା ଜୋନାଲ ୟୁନିଟର ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ କୁମାର ସିଂ, ଡିଆରଆଇ, ଭୁବନେଶ୍ବର ଏବଂ ଡିଜିଜିଆଇ, ଭୁବନେଶ୍ବରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

୨୦୧୨ର ଅପରାଧିକ ଅପିଲ ସଂଖ୍ୟା ୬୫୨ (ଭାରତ ସରକାର ବନାମ ମୋହନଲାଲ ଓ ଅନ୍ୟମାନେ)ରେ ୨୮.୦୧.୨୦୧୬ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଦିଆଯାଇଥିବା ଆଦେଶକୁ ପାଳନ କରି ଖୋର୍ଦ୍ଧାସ୍ଥିତ ସାନି କ୍ଲିନ୍ ପ୍ରାଃ ଲିଃ ଠାରେ ୭ଟି ମାମଲା ସହ ଜଡ଼ିତ ନିଶାଦ୍ରବ୍ୟ ନଷ୍ଟ କରିବା ଲାଗି ଆରଡିଡିସି ପକ୍ଷରୁ ପ୍ରଥମେ ମାମଲା କାଗଜପତ୍ର ଯାଞ୍ଚ କରାଯାଇଥିଲା। ଏହାପରେ ସମସ୍ତ ଆଇନଗତ ଔପଚାରିକତା ପୂରଣ କରାଯାଇ ଖୋର୍ଦ୍ଧାର ସାନି କ୍ଲିନ୍ ପ୍ରାଃ ଲିଃ ଠାରେ ନିଶାଦ୍ରବ୍ୟଗୁଡ଼ିକୁ ପୋଡ଼ି ନଷ୍ଟ କରି ଦିଆଯାଇଥିଲା।

ନିଶାଦ୍ରବ୍ୟ ନଷ୍ଟ ପାଇଁ ଓଡ଼ିଶା ହାଇକୋର୍ଟ ଏସଓପି ଜାରି କରିବା ପରେ ପ୍ରଥମ ଥର ପାଇଁ ପ୍ରି-ଟ୍ରାଏଲ (ମାମଲାରେ ରାୟ ପ୍ରକାଶ ପୂର୍ବରୁ) ବର୍ଗରେ ନିଶାଦ୍ରବ୍ୟ ନଷ୍ଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.