Home ଜିଲ୍ଲା ପରିକ୍ରମା ୧୭୩୦ ଦେଶୀ ମଦ ସହ ୧୪ ଅଭିଯୁକ୍ତ ଗିରଫ

୧୭୩୦ ଦେଶୀ ମଦ ସହ ୧୪ ଅଭିଯୁକ୍ତ ଗିରଫ

66

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାରେ ଚୋରା ଦେଶୀ ଓ ବିଦେଶୀ ମଦ ରୋକାଯିବା ନେଇ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ଚଢାଉ ଜାରି ରହିଛି । ବିଶେଷ ଭାବେ ଏବେ କାଳୀ ପୂଜା ସହ ବହୁ ପାର୍ବଣ ଋତୁକୁ ଆଖି ଆଗରେ ରଖି ଏହି ଚଢାଉ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ଅବକାରୀ ଅଧୀକ୍ଷକ ଗୌତମ ସାହୁ ଓ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୬୫୦ ଲିଟର ଦେଶୀ ରନ୍ଧାମଦ ସହ ୬ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ଏକଲକ୍ଷରୁ ଉର୍ଦ୍ଧ୍ୱ ହେବ । ମଦ ସହ ୨ଟି ବାଇକ୍ ଓ ଗୋଟିଏ ଅଟୋ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ୬ ଜଣ ହେଉଛନ୍ତି ଦୀପକ ସାମଲ, ଗଜି ସେଠୀ, ଭଗବାନ ଦାସ, ପ୍ରକାଶ ଦାସ, ଶ୍ରୀଧର ସେନାପତି ଓ ଶ୍ରୀକୁମାର ଦାସ । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେହିଭଳି ଆଜି ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଏପିଆର ଫୋର୍ସ ସହିତ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଅର୍ଣ୍ଣପାଳ ବଜାର ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଓଡି-୦୧ଏଫ୍‌-୨୧୦୬ ନମ୍ବରର ମହିନ୍ଦ୍ରା ପିକ୍‌ଅପ୍ ଭ୍ୟାନ୍‌କୁ ସନ୍ଧ୍ୟାରେ ଅଟକାଇଥିଲେ । ଉକ୍ତ ଭ୍ୟାନ୍‌ରୁ ୫୦୦ ଲିଟର ଦେଶୀ ରନ୍ଧା ମଦ ଜବତ ହେବା ସହ ସୋରୋ ଥାନା ଅଧୀନସ୍ଥ ବାଲିପୁର ଗ୍ରାମର ନିରଂଜନ ମଲ୍ଲିକଙ୍କୁ ଗିରଫ କରାଯାଇଛି । ଅନୁରୂପ ଓଡି-୨୨ପି-୪୦୭୯ ନମ୍ବରର ହୋଣ୍ଡା ହନେଟ୍ ମୋଟର ସାଇକେଲ୍‌ରୁ ୫୦ ଲିଟର ଦେଶୀ ରନ୍ଧାମଦ ଜବତ ହେବା ସହ ଧୁଷୁରୀ ଥାନା ଅଧୀନସ୍ଥ ସହୀଦନଗର ଗ୍ରାମର ଶରତ ନାୟକଙ୍କୁ ଗିରଫ କରାଯାଇଛି । ଏତଦ୍‌ଭିନ୍ନ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ପଦ୍ମପୁର ଗ୍ରାମ, ବାସୁଦେବପୁର ଥାନା ଅଧୀନସ୍ଥ ଅଢୁଆଁ, ରଥପଦା ଓ ଚୂଡାମଣି ମେରାଇନ୍ ଥାନା ଅଧୀନସ୍ଥ ଚୂଡାମଣି ଗ୍ରାମ ଅଞ୍ଚଳ ଉପରେ ଚଢାଉ କରାଯାଇ ୫୩୦ ଲିଟର ଦେଶୀ ରନ୍ଧାମଦ, ୧୬.୯୨୦ ଲିଟର ବିଦେଶୀ ମଦ ଓ ୩୨.୪୦୦ ଲିଟର ଜିଞ୍ଜର ଜବତ ହେବା ସହ ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ପଦ୍ମପୁର ଗ୍ରାମର ପ୍ରଦୀପ ସାହୁ, ଚୂଡାମଣି ଗ୍ରାମର ପ୍ରମୋଦ ମହାକୁଡ ଓ ଲକ୍ଷ୍ମୀଧର ମହାକୁଡ, ପଢୁଆଁ ଗ୍ରାମର ବୁଲୁ ମଲ୍ଲିକ ଓ ସନାତନ ମଲ୍ଲିକ ଏବଂ ରଥପଦା ଗ୍ରାମର ଶ୍ରୀହରି ଦାସ । ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉରେ ସମୁଦାୟ ୧୦୮୦ ଲିଟର ଦେଶୀ ମଦ ଜବତ ହେବା ସହ ୮ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଭଦ୍ରକ ଅବକାରୀ ନିରୀକ୍ଷକ ଶ୍ରୀ ବରାଡଙ୍କ ନେତୃତ୍ୱରେ ଉପରୋକ୍ତ ଚଢାଉରେ ଏସ୍‌ଆଇ ସନ୍ତୋଷ କୁମାର ବଳ, ସ୍ପନ୍ଦନ କୁମାର ମହାନ୍ତି, ଏଏସ୍‌ଆଇ ପ୍ରହ୍ଲାଦ ସାମଲ, ଭବେଶ ଦାସ, ପୁରୁଷୋତ୍ତମ ମଲ୍ଲିକ, ଦୀପକ କୁମାର ରାଉତ ଓ କନେଷ୍ଟବଳ ପ୍ରଦୀପ ମଲ୍ଳିକ, ମୁରଲୀ ପ୍ରଧାନ, ରମେଶ ନାୟକ, ଅଜିତ୍ କୁମାର ସିଙ୍କୁ, ଶିବପ୍ରସାଦ ସାହୁ, ପରେଶ ଟୁଡୁ, ରଶ୍ମିରେଖା ଜେନା, ସନ୍ଧ୍ୟାରାଣୀ ଜେନା, ମିଥୁନ ଜେନା ଓ ଖଗେଶ୍ୱର ଜେନା ପ୍ରମୁଖ ସାମିଲ ଥିଲେ । ଏଥିନେଇ ଅବକାରୀ ବିଭାଗ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ୮ଟି ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.