Home ଜିଲ୍ଲା ପରିକ୍ରମା ବିବାହିତା ମହିଳାଙ୍କ ସହ ଫେସ୍‌ବୁକ୍ ପ୍ରେମ ନିବେଦନ ମହଙ୍ଗା ପଡିଲା, ସଂପର୍କୀୟଙ୍କ ମାଡରେ ଯୁବକଙ୍କ ବୁଦ୍ଧି...

ବିବାହିତା ମହିଳାଙ୍କ ସହ ଫେସ୍‌ବୁକ୍ ପ୍ରେମ ନିବେଦନ ମହଙ୍ଗା ପଡିଲା, ସଂପର୍କୀୟଙ୍କ ମାଡରେ ଯୁବକଙ୍କ ବୁଦ୍ଧି ହଜିଗଲା,

305

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତଛକ ଠାରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଘଟଣା । ଜଣେ ବିବାହିତା ମହିଳାକୁ ଫେସ୍‌ବୁକ୍‌ରେ ବହୁବାର ପ୍ରେମ ନିବେଦନ କରିବା ସହ ମୋବାଇଲ୍‌ରେ ବିଭିନ୍ନ ଅଶ୍ଳୀଳ ମେସେଜ୍ ଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିବା ଯୁବକକୁ ମହିଳାଙ୍କ ସଂପର୍କୀୟମାନେ ଦେଇଥିଲେ ଉତ୍ତମ ଓ ମଧ୍ୟମ । ଏହି ଘଟଣାକୁ ମନଭରି ଦେଖିଥିଲେ ବହୁ ସାଧାରଣ ଲୋକ । ଘଟଣାର ପ୍ରେକ୍ଷାପଟ ଏହିଭଳି । ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ର ସଂପୃକ୍ତ ଯୁବକ ଜଣକ ସମ୍ବଲପୁରରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଫେସ୍‌ବୁକ୍‌ରେ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲେ । ଏପରିକି ତାଙ୍କ ମୋବାଇଲ୍‌କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ମେସେଜ୍ ଦେଇ ଏକ ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଫଳରେ ସଂପୃକ୍ତ ମହିଳା ଜଣକ ଯୁବକଙ୍କ ଏଭଳି ଅମାନବୀୟ ବ୍ୟବହାରରେ ଅତିଷ୍ଠ ହୋଇ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପୂର୍ବ ପ୍ରସ୍ତୁତି ଅନୁସାରେ ଗତକାଲି ରାତିରେ ଯୁବକ ଜଣଙ୍କୁ ଭଦ୍ରକର ବନ୍ତଛକକୁ ଡକାଯାଇଥିଲା । ମହିଳାଙ୍କ ଦ୍ୱାରା ଏଭଳି ପ୍ରେମିଳ ଆମନ୍ତ୍ରଣ ପାଇ ଯୁବକ ଜଣକ ବନ୍ତଛକରେ ପହଞ୍ôଚବା ପରେ ଛକି ରହିଥିବା ମହିଳା ଓ ପରିବାରର ସଂପର୍କୀୟ ମାନେ ତାଙ୍କୁ କାର୍‌ରୁ ଘୋଷାରି ଘୋଷାରି ମନଇଚ୍ଛା ଗୋଇଠା, ବିଧା ମାରି ତଳେ ଗଡାଇ ପଡାଇ ଉତ୍ତମ ମଧ୍ୟମ ଦେଇଥିଲେ । ଏହି ଘଟଣାଟି ରାସ୍ତାରେ ଯାତାୟତ କରୁଥିବା ସାଧାରଣ ଲୋକଙ୍କ ପାଇଁ ବେଶ୍ ରୋଚକ ହୋଇଥିଲା । ଘଟଣାଟି ସହରାଞ୍ଚଳ ଥାନାରେ ପହଞ୍ôଚଥିବାବେଳେ ଶେଷ ଯବନିକା କଣ ହେବ, ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.