Home ଜିଲ୍ଲା ପରିକ୍ରମା ୧୫ ମିନିଟିଆ ଡାକ୍ତର ଆମ ଦରକାର ନାହିଁ, ନିୟମିତା ସେବା ଯୋଗାଇ ଦେବାପାଇଁ ଦାବିକଲେ ପୀରହାଟବାସୀ

୧୫ ମିନିଟିଆ ଡାକ୍ତର ଆମ ଦରକାର ନାହିଁ, ନିୟମିତା ସେବା ଯୋଗାଇ ଦେବାପାଇଁ ଦାବିକଲେ ପୀରହାଟବାସୀ

26

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୫ ମିନିଟିଆ ଡାକ୍ତର ଆମର ଦରକାରନାହିଁ, ନିୟମିତ ସେବା ଯୋଗାଇ ଦେବାପାଇଁ ଦାବିକଲେ ପୀରହାଟବାସୀ। ନିୟୋଜିତ ଡାକ୍ତରଙ୍କ ବିରୋଧରେ ନାରାବାଜି। ନାମକୁ ମାତ୍ର ଚାକିରୀ ହେଲେ ପ୍ରକୃତ ସେବା ଯୋଗାଉଛନ୍ତି ନିଜ କ୍ଲିନିକରେ। ନିୟମିତ ସେବା ଯୋଗାଇ ଦେଉଥିବା ଡାକ୍ତରଙ୍କ ସହ କର୍ମଚାରୀ ନିଯୁକ୍ତି କରିବା ଲାଗି ଦାବି ଜୋର ଧରିଛି। କେତେକ ଦଲାଳଙ୍କ ଇସାରାରେ ଡାକ୍ତର ଏହି ମେଡିକାଲ ପ୍ରତି ଚରମ ଅବହେଳା କରୁଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି। ଆଜି ସ୍ଥାନୀୟ ଜାଗ୍ରତ ସେନା କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଲୋକେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିବା ସହିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଭଳି ସଂଗୀନ ଅଭିଯୋଗ ଆସିଛି ଭଦ୍ରକ ଜିଲା ତିହିଡି ବ୍ଲକ୍ ପୀରହାଟ ପ୍ରାଥମିକ ଚିକିତ୍ସାଳୟରୁ। ଏହି ପୁରାତନ ଚିକିତ୍ସାଳୟ ଉପରେ ତିହିଡି ବ୍ଲକ୍‌ର ୯ଟି ପଂଚାୟତ ସମେତ ପଡୋଶୀ ଚାନ୍ଦବାଲି ବ୍ଲକ୍‌ର ବହୁ ପଂଚାୟତବାସୀ ନିର୍ଭର କରିଥାନ୍ତି। ପୂର୍ବରୁ ସେବା କ୍ଷେତ୍ରରେ ଏହାର ବହୁ ସୁନାମ ଥିଲା। ମାତ୍ର କିଛି ହେଲା ଏହା ସ୍ଥାଣୁ ସାଜିଥିବାବେଳେ ଜାଗ୍ରତ ସେନା କର୍ମକର୍ତ୍ତାଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଜିଲା ପ୍ରଶାସନ ଏହାର ଗୁରୁତ୍ୱ ଉପରେ ତଦନ୍ତ କରି ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିୟୋଜିତ କରିଥିଲେ। ହେଲେ ସଂପୃକ୍ତ ଡାକ୍ତରଙ୍କ ଚିକିତ୍ସାରୁ ବଂଚିତ ସ୍ଥାନୀୟ ବାସିନ୍ଦାଙ୍କ ପୁଞ୍ଜିଭୂତ ଅସନ୍ତୋଷ ଆଜି ଉଗ୍ରରୂପ ନେଇଛି। ‘୧୫ ମିନିଟିଆ ଡାକ୍ତର ଆମର ଦରକାର ନାହିଁ’, ନିୟମିତ ସେବା ଯୋଗାଇ ଦେବାପାଇଁ ପରିସରରେ ନାରା ଦେଇଥିଲେ। କାର୍ଯ୍ୟରତ ଡାକ୍ତର ବିଚିତ୍ରାନନ୍ଦ ମିଶ୍ର ଏହାକୁ ଖଣ୍ଡନ କରିଛନ୍ତି। ଜିଲା ପ୍ରଶାସନ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.