Home କେନ୍ଦୁଝର ବିଧାୟକଙ୍କ ଦ୍ୱାରା ଧାନ ମଣ୍ଡିର ଶୁଭାରମ୍ଭ

ବିଧାୟକଙ୍କ ଦ୍ୱାରା ଧାନ ମଣ୍ଡିର ଶୁଭାରମ୍ଭ

89

ହାଟଡ଼ିହି, ୩ /୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ହାଟଡିହି ବ୍ଲକର ବଡରମ୍ପାସ ଓ ଓରାଳି ଧାନ ମଣ୍ଡିରେ ଧାନକିଣାର ଶୁଭାରମ୍ଭ ହୋଇଯାଇଛି । ବଡରମ୍ପାସ ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଖୋଲାଯାଇଥିବା ଧାନମଣ୍ଡିକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସରକାରୀ ଦରରେ ମଣ୍ଡିରେ ଧାନ ବିକ୍ରୀ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । କଟନି ଛଟନି ଯେପରି କରାନଯିବ ଓ ଚାଷୀମାନେ ଯେପରି ସହଜରେ ଧାନ ବିକି ପାରିବେ ସେନେଇ ସମିତିର କର୍ମକତ୍ତା ମାନେ ଗୁରୁତ୍ୱ ଦେବାକୁ କହିଥିଲେ । ଏହି କାର୍ଯର୍୍ୟକ୍ରମରେ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ପୁର୍ବତନ ସମିତିର ସମ୍ପାଦକ ଉପେନ୍ଦ୍ର କୁମାର ସେନାପତି, ଯୁବ ବିଜେଡି ଉପସଭାପତି ବଳରାମ ସାହୁ, ବରିଷ୍ଠ ବିଜେଡି ନେତା ଭୀମସେନ ପେରେଇ, ଅକ୍ଷୟ କୁମାର ସେନାପତି, ରବିନ୍ଦ୍ର ଯେନା, ଦୟାନିଧି ଜେନା, ଆନନ୍ଦ ନାୟକ, ସୁବାସ ସେନାପତି, ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଓରାଳିଠାରେ ଖୋଲାଯାଇଥିବା ଧାନ ମଣ୍ଡିକୁ ବିଧାୟକୁ ବିଧାୟକ ଶ୍ରୀଯୁକ୍ତ ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଚାଷୀଙ୍କ ସୁବିଧାପାଇଁ ଏଠାରେ ଧାନ ମଣ୍ଡି ଖୋଲାଯାଇଛି । ତେଣୁ ଏ ଅଞ୍ଚଳର ଚାଷୀମାନେ ଯେପରି ସହଜରେ ଧାନ ବିକ୍ରୀ କରିପାରିବେ ସେନେଇ ସମବାୟ ସମିତି କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ସେ ତାଗିଦା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁର୍ବତନ ସରପଞ୍ଚ ଅରୁଣ ପ୍ରଧାନ, ନିକୁଞ୍ଜ ପଟ୍ଟନାୟକ,ସୁଧାଶୁଂ ଦକ୍ଷିଣରାୟ, ସୁଶାନ୍ତ ଦକ୍ଷିଣରାୟ, ଟୁନା ରାଉତ, ନିରଞ୍ଜନ ଶାସିନି, କୋଦଣ୍ଡଧର ରାଉତଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ଗ୍ରାମବାସୀମାନେ ଓରାଳି ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ବିଧାୟକଙ୍କୁ ଏକ ଶୋଭାଯାତ୍ରାରେ ମଣ୍ଡି ନିକଟକୁ ପାଛୋଟି ନେଇଥିଲେ । ବଡରମ୍ପାସ ସମିତିର ସମ୍ପାଦକ ଦେବାଶିଷ ଧଳ, ଡିଇଓ ମନୋରଜନ ସାହୁ, ଦିଲ୍ଲିପ ସ୍ୱାଇଁ, ସହସମ୍ପାଦକ ବିଦ୍ୟାଧର ନାହାକ, ପ୍ରଫୁଲ ଯେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସମିତି ଅଧିନରେ ମୋଟ ୧୫୫୨ଜଣ ଚାଷୀ ସେମାନଙ୍କ ନାମ ପଞ୍ଜିକୃତ କରିଥିବାବେଳେ ୧୫୨୬ଜଣଙ୍କ ନାମ ଭେରିଫାଏ କରାଯାଇଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ମୋଟ ୫୪ହଜାର କୁଇଣ୍ଟାଲ ଧାନ କିଣିବାପାଇଁ ଅନୁମତି ମିଳିଥିବା ସମ୍ପାଦକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.