Home ଜିଲ୍ଲା ପରିକ୍ରମା ୧୫ନମ୍ବର ଜୋନରେ ବିଗିଡ଼ିଗଲା ସମୀକରଣ

୧୫ନମ୍ବର ଜୋନରେ ବିଗିଡ଼ିଗଲା ସମୀକରଣ

62

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ୧୫ନଂ ଜିଲ୍ଲା ପରିଷଦ ଜୋନରେ ଥିବା ୮ ଗୋଟି ପଂଚାୟତ ନିର୍ବାଚନ ଫଳାଫଳ ଓଲଟପାଲଟ ହୋଇଥିବାର ଜଣାପଡ଼ିଛି । ରାଜନୈତିକ ସମୀକରଣ ପୁରାପୁରି ବିଗିଡ଼ିଯାଇଥିବା ପରି ମନେ ହେଉଛି । ଭଣ୍ଡାରିପୋଖରୀ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା ବନ୍ତ ବ୍ଲକ ୧୫ନଂ ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ୧୮ହଜାର ୩୩୩ଖଣ୍ଡ ଭୋଟ ପାଇ ଜିତିଥିବା ବେଳେ କଂଗ୍ରେସର ପ୍ରଦ୍ୟୁମ୍ନ ଦାସ ମାତ୍ର ୮ହଜାର ୯୪୭ଖଣ୍ଡ ଭୋଟ ପାଇ ପରାଜୟ ହୋଇଛନ୍ତି । ଅବସର ପ୍ରାପ୍ତ ଅଧ୍ୟାପକ ସୁଧାଂଶୁ ନାୟକ ବନ୍ତ ପଂଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦୀତା କରି ୪୪ଖଣ୍ଡ ଭୋଟରେ ହାରି ଯାଇଛନ୍ତି । ସେ ବ୍ଲକ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଚାଲିଥିଲା । ଯାହାକି ବିଜେଡ଼ିକୁ ଶକ୍ତ ଧକ୍କା ଲାଗିଛି । ମିଳିତମଂଚ ପ୍ରାର୍ଥୀ ଆଡ଼ଭୋକେଟ ପରମେଶ୍ୱର ବାରିକ ଏଠାରୁ ଜିତିଛନ୍ତି । ସରପଂଚ ଭାବେ ମାନସୀ ରାଣୀ ନାୟକ ୮୫ଖଣ୍ଡ ଭୋଟରେ ଜିତିଛନ୍ତି । ବସନ୍ତିଆରୁ ଅଶୋକ ସାହୁ (୭୧ଖଣ୍ଡ), ଜ୍ୟୋସ୍ନାରାଣୀ ସ୍ୱାଇଁ (୧୦୯୫ଖଣ୍ଡ), ଟିଲୋରୁ ସାମ୍ବାଦିକ ସଂଗ୍ରାମ କେଶରୀ ଜେନା(୨୫୦ଖଣ୍ଡ) ଓ ସୁଜାତା ସେଠୀ (୧୦୯ଖଣ୍ଡ), ଛୟାଳସିଂରୁ ସତ୍ୟଭାମା ଧଳ(୨୦୬ଖଣ୍ଡ), ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରୁପମା ରାଉତ(୫୧ଖଣ୍ଡ),ଗଣିଜାଙ୍ଗରୁ ରଶ୍ମିତା ସେଠୀ(୫୮୦ଖଣ୍ଡ), ମନୋରଂଜନ ସେଠୀ (୨୭୦ଖଣ୍ଡ),ଓଡ଼ଙ୍ଗରୁ ଲକ୍ଷ୍ମୀପ୍ରିୟା ଦାସ(୩୮୬ଖଣ୍ଡ),ରଜନୀ ଜେନା(୨୯୮ଖଣ୍ଡ),କାଦବରାଙ୍ଗରୁ ତପୋଇ ସେଠୀ (୧୮୪ଖଣ୍ଡ),ଦୀପାରାଣୀ ଜେନା(୧୪୬ଖଣ୍ଡ),ବଡ଼ବର୍ଚ୍ଚିକୟାଁରୁ ପୁଷ୍ପାଜଂଳୀ ସ୍ୱାଇଁ(୭୨୨ଖଣ୍ଡ) ଓ ସନ୍ତୋଷ ପହି(୩୩୩ଖଣ୍ଡ)ଭୋଟ ଅଧିକ ପାଇ ଯଥାକ୍ରମେ ସରପଂଚ ଓ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ୧୪ନଂ ଜୋନ ପରି ଏହି ଜୋନରେ ବିଜେଡ଼ିକୁ ସେପରି ସଫଳତା ମିଳିପାରିନାହିଁ । ମିଳିତମଂଚ,ବିଜେପି ଓ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ମାନେ ବିଭିନ୍ନ ପଂଚାୟତ ଅକ୍ତିଆର କରିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.