Home ଜିଲ୍ଲା ପରିକ୍ରମା ୧୫ଦିନ ମଧ୍ୟରେ ଭୂମିହୀନଙ୍କୁ ଘରଡିହ ପଟ୍ଟା ନମିଳିଲେ ଆନ୍ଦୋଳନ ଚେତାବନୀ

୧୫ଦିନ ମଧ୍ୟରେ ଭୂମିହୀନଙ୍କୁ ଘରଡିହ ପଟ୍ଟା ନମିଳିଲେ ଆନ୍ଦୋଳନ ଚେତାବନୀ

115

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ବିଭିନ୍ନ ଅଞ୍ଚଳର ଭୂମିହୀନମାନେ ପ୍ରଶାସନ ନିକଟରେ ଘରଡିହ ପଟ୍ଟା ଖଣ୍ଡେ ପାଇଁ ବାରମ୍ବାର ଦାବିକରି ବିଫଳ ହେଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଭୂମିହୀନଙ୍କୁ ଘରଡିହ ଯୋଗାଇ ଦିଆନଗଲେ ଆନ୍ଦୋଳକୁ ଜୋରଦାର କରାଯିବ ବୋଲି ବୋଲି ଚାଷୀ ମୂଲିଆ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏ ନେଇ ଚାଷୀମୂଲିଆ ସଂଘର ସଭାପତି ସୁଶାନ୍ତ କୁମାର ଜେନା, ପ୍ରଗତିଶୀଳ ମହିଳା ମଞ୍ଚର ଜିଲା ସମ୍ପାଦିକ ଟୁନିଲତା ଜେନା, ଗୋଲାପି ଜେନା, ସବିତା ଜେନା, ରୁନୁମଣି ଜେନା, ରେବତୀ ଜେନା, କାମିନୀ ଜେନା, ଦମୟନ୍ତୀ ଜେନା, ହୀରାମଣି ଜେନା, ଆରତି ଜେନା, ସୁକାନ୍ତୀ ଜେନା, ସବିତା ଜେନା, ଅନୁଶୟା ଜେନା, ସେବତୀ ଜେନା, ମିନା ଜେନା, ଟୁନି ଜେନା, ବାସନ୍ତୀ ଜେନା, ରମଣି ଜେନା, ମିନା ଦାସ, କୁନା ଦାସ ପ୍ରମୁଖ ତିହିଡ଼ି ତହସିଲଦାର ପ୍ରତୀକ ସାହୁଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ମୁତାବକ ବାରୋ, ବିଲଣା ଓ ଦୋଳସାହିରେ ବିଭିନ୍ନ ସ୍ଥାନରେ ସରକାରୀ ଜାଗା ଜବରଦଖଲ କରି ରହି ଆସୁଥିବା ୩୧ ଭୂମିହୀନଙ୍କୁ ସରକାରଙ୍କ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହେଉ ଛନ୍ତି । ସେମାନଙ୍କର ଘରବାଡ଼ି ନଥିବାରୁ ସେମାନେ ରାସନ କାର୍ଡ, ଆଧାର କାର୍ଡ, ଜାତିଗତ ପ୍ରମାଣପତ୍ର ସହିତ ଆବାସିକ ପ୍ରମାଣପତ୍ର ଓ ଭତ୍ତା ପାଇ ପାରୁ ନାହାନ୍ତି । ଯାହା ଫଳରେ ସେମାନଙ୍କର ସାଧାରଣ ଜୀବନ ଯାପନରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । ବିଗତ ବର୍ଷ ବର୍ଷ ଧରି ସେମାନେ ଭୂମିହୀନ ହୋଇଥିବା ଏବଂ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କୁ ନ୍ୟାୟ ମିଳୁନଥିବାର ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.