Home ଓଡ଼ିଶା ୧୪୩ ନଂ ଜାତୀୟ ରାଜପଥରେ ଦୁର୍ଘଟଣା: ୨ ଗୁରୁତର, ଜଣେ ଆହତ

୧୪୩ ନଂ ଜାତୀୟ ରାଜପଥରେ ଦୁର୍ଘଟଣା: ୨ ଗୁରୁତର, ଜଣେ ଆହତ

78

ରାଉରକେଲା ୨୨-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଜାତୀୟ ରାଜପଥ-୧୪୩ରେ ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ଏକ କ୍ୟାମ୍ପର ଜାତୀୟ ରାଜପଥ-୧୪୩ ଦେଇ ଯାଉଥିବା ସମୟରେ ପଛପଟୁ ଏକ ୧୨ ଚକିଆ ଟ୍ରକ ଧକ୍କା ଦେଇ କ୍ୟାମ୍ପରର ଡାଲା ଉପରେ ଚଢି ଯିବାରୁ କ୍ୟାମ୍ପରଟି ସଂପୂର୍ଣ୍ଣ ଭାବେ ଚୁନା ହୋଇ ଯାଇଛି। ଏହି ଦୁର୍ଘଟଣାରେ କ୍ୟାମ୍ପରରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିବା ବେଳେ, କ୍ୟାମ୍ପର ଚାଳକ ଆହତ ହୋଇଥିବା ଖବର ମିଳିଛି। ଗୁରୁତର ଆହତ ଦ୍ୱୟ ହେଲେ ଦୀପକ ପାଣି ଓ ରାମବାବୁ। କ୍ୟାମ୍ପରର ଚାଳକ ପ୍ରଶାନ୍ତ ସେଠୀ ଆହତ ହୋଇଛନ୍ତି। ଜଲଦା ପୁଲିସ ୨ଟି ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.