Home କନ୍ଧମାଳ କନ୍ଧମାଳ ଜିଲ୍ଲା କମ୍ପ୍ୟୁଟର ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ: ରାଜରାସ୍ତାକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡ଼ିଲେ

କନ୍ଧମାଳ ଜିଲ୍ଲା କମ୍ପ୍ୟୁଟର ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ: ରାଜରାସ୍ତାକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡ଼ିଲେ

79

ବାଲିଗୁଡ଼ା, ୨୨/୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ସାରଙ୍ଗଡ଼ ସ୍ଥିତ ସଦ୍ ଭାବନା ଗୃହ ପରିସର ମଧ୍ୟରେ କନ୍ଧମାଳ ଜିଲ୍ଲା ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ସଂଘ ତଥା କମ୍ପ୍ୟୁଟର ଶିକ୍ଷକ ସଂଘର ସଭାପତି ବନୋଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲାର ସମସ୍ତ କମ୍ପ୍ୟୁଟର ଶିକ୍ଷକ ଉପସ୍ଥିତ ରହି ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ କରାଯାଇଥିବା ବିଷୟ ପ୍ରକାଶ କରିଥିଲେ। ଜିଲ୍ଲାରେ ଥିବା ୫୭ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକଙ୍କ ନବୀକରଣ ହୋଇ ନଥିବାରୁ କମ୍ପ୍ୟୁଟର ଶିକ୍ଷାରୁ ଛାତ୍ରଛାତ୍ରୀମାନେ ସମସ୍ତ ଅନ୍ ଲାଇନ୍ କାର୍ଯ୍ୟକ୍ରମ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ବିଷୟ ଜଣା ପଡ଼ିଛି ବୋଲି ଉକ୍ତ ବୈଠକରେ ମତ ପ୍ରକାଶ ପାଇଥିଲା। ଗତ ୫ବର୍ଷ ଧରି କାର୍ଯ୍ୟରତ ଥିବା କମ୍ପ୍ୟୁଟର ଶିକ୍ଷକ ମାନଙ୍କର ବର୍ତ୍ତମାନ ଆଇ.ସି.ଟି ପ୍ରୋଜେକ୍ଟର ଅବଧି ଶେଷ ହୋଇଥିବାରୁ ତାହାର ନବୀକରଣ କରିବାରେ ରାଜ୍ୟ ସରକାରର କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଣୁ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଆସନ୍ତା ୨୫ ତାରିଖ ସୁଦ୍ଧା କୌଣସି ପ୍ରକାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତାାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘର ସଭାପତି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.