କେନ୍ଦୁଝର, ୦୬ା୦୧ (ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଓଡିଶା ଖଣି ନିଗମର ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୌହଖଣି ଆନୁକୂଲ୍ୟରେ ୧୪ତମ ଜାତୀୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ୨୦୨୦ ରବିବାର ଦିନ ଉଦ୍ଯାପିତ ହୋଇଯାଇଛି। ବହୁ ଜାତୀୟ ତାରକା ଖଚିତ ଖେଳାଳୀ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଚିତାକର୍ଷକ ଫାଇନାଲ ମ୍ୟାଚରେ ଧାନବାଦ ରେଲୱେ ୩-୧ସେଟରେ ଓଡିଶା ପୋଲିସକୁ ହରାଇ ଚମ୍ପିୟାନ ହୋଇଛି। ଚମ୍ପିୟାନ ଦଳକୁ ଟ୍ରପି ସହ ୧୦ହଜାର ଟଙ୍କା ଏବଂ ରନର୍ସଅପ ଦଳକୁ ଟ୍ରଫି ସହ ୮ହଜାର ଟଙ୍କା ଦିଆଯାଇଥିଲା। ଏହି ପ୍ରତିଯୋଗୀତାରେ ୪ଟି ଦଳ ଯଥା ଓଡିଶା ପୋଲିସ, ପୂର୍ବତଟ ରେଳପଥ, ରାଇଜିଂ କ୍ଲବ(ରାଉଲକେଲା), ଧାନବାଦ ରେଲୱେ ଅଂଶଗ୍ରହଣ କରିଥିଲେ। ଓଏମ୍ସି ଗନ୍ଧମାର୍ଦ୍ଦନ ଲୌହଖଣିର ରିଜିଓନାଲ ମ୍ୟାନେଜର ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ କ୍ରୀଡାର ବିକାଶ ହୋଇପାରିଲେ ଅନେକ ସୁନାମଧନ୍ୟ କ୍ରୀଡାବିତ ବାହାରି ପାରିବେ ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସିନିୟର ମ୍ୟାନେଜର(ମାଇନିଂ) ଅମ୍ବିକା ପ୍ରସାଦ ମହାପାତ୍ର, ମ୍ୟାନେଜର(ପର୍ସନାଲ) ସଞ୍ଜିବ କୁମାର ସାମଲ, ଓଏମ୍ସି ରିକ୍ରେସନ କ୍ଲବର ସଂପାଦକ ଦେବେନ୍ଦ୍ର କୁମାର ଦାସ, ଡେପୁଟି ମ୍ୟାନେଜର(ପର୍ସନାଲ) ଅମର ରଞ୍ଜନ ମହାନ୍ତି, ଡେପୁଟି ମ୍ୟାନେଜର (ସିକ୍ୟୁରିଟି) ସନାତନ ବେହେରା, ଓଏମସି ଏମ୍ଲଇଜ ୟୁନିୟନର ସାଧାରଣ ସଂପାଦକ ପବିତ୍ର ମୋହନ ହୋତା ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ। ଉଦ୍ଯାପନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶୁଆକାଟୀ ସରପଞ୍ଚତାରାମଣୀ ନାୟକ, ତଳକଇଁସାରୀ ସରପଞ୍ଚ ଚୈତନ୍ୟ ଚରଣ ମଲ୍ଲିକ, କୁମୁଣ୍ଡି ସରପଞ୍ଚ ସୁକାନ୍ତୀ ଦେହୁରୀ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ସଭାପତି ବାବାଜି ଚରଣ ବାରିକ, ସଂପାଦକ ଅଞ୍ଜନ କୁମାର ବେଜ, ନାଏବ ସରପଞ୍ଚ ପଞ୍ଚାନନ ବାରିକ, ଉମାକାନ୍ତ ବିନ୍ଧାଣୀଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ। ରେଫରୀଭାବେ କଳାକର ସାମଲ, ସୁଜୟ କୁମାର ନାୟକ, ସ୍କୋରର ଭାବେ ସୁଧିର କୁମାର ସେଠୀ, ଲାଇନ ଜଜ୍ ଭାବେ ସଞ୍ଜିବ କୁମାର ଚାନ୍ଦ, ମାନସ କୁମାର ସାଇଁ ମ୍ୟାଚ୍ ପରିଚାଳନା କରିଥିଲେ। ବେଷ୍ଟ ସେଟପର ଭାବେ ଧାନବାଦ ରେଲୱେର ଅବଦୁଲ ରେହମାନ, ବେଷ୍ଟ ଆଟାକର ଭାବେ ଓଡିଶା ପୋଲିସର ପପୁନା ସ୍ୱାଇଁ ଏବଂ ପ୍ଲେୟାର ଅଫ ଦି ଟୁଣ୍ଟାମେଣ୍ଟଭାବେ ଧାନବାଦ ରେଲୱେ ଟିମର ମନୁ କୁମାରଙ୍କୁ ପୁରସ୍କୃତ କରାଯାଇଥିଲା।








