Home ଓଡ଼ିଶା ପ୍ରଶାସନର ଅବହେଳା, ହରିଚନ୍ଦନପୁର ଠାରେ କାମରେ ଲାଗୁନାହିଁ ଲକ୍ଷାଧିକ ଟଙ୍କାର ଓଭରହେଡ୍ ପାଣିଟାଙ୍କି

ପ୍ରଶାସନର ଅବହେଳା, ହରିଚନ୍ଦନପୁର ଠାରେ କାମରେ ଲାଗୁନାହିଁ ଲକ୍ଷାଧିକ ଟଙ୍କାର ଓଭରହେଡ୍ ପାଣିଟାଙ୍କି

26

ହରିଚନ୍ଦନପୁର,ତା ୧୮ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମୁଖ୍ୟାଳୟରେ ସରକାରଙ୍କ ଅନୁଦାନରୁ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଦ୍ବାରା ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା ଓଭରହେଡ୍ ପାଣି ଟାଙ୍କି କାମରେ ଲାଗୁନାହିଁ, ଯାହାକୁ ନେଇ ଅନେକ ଲୋକ ବିଭିନ୍ନ ସମୟରେ ସ୍ବଚ୍ଛ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି । ସରକାର ପ୍ରତ୍ୟେକ ଘରର ଲୋକମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲକ୍ଷାଧିକ ଟଙ୍କାର ବ୍ୟୟ ବରାଦରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସେହି ଯୋଜନା ଗୁଡ଼ିକ ପ୍ରଶାସନର ଅବହେଳା ଯୋଗୁଁ ଠିକ୍ ଭାବେ ରୂପାୟନ ହୋଇନଥିବାକୁ ନେଇ ସେହି ଯୋଜନା ଗୁଡ଼ିକ ଲୋକମାନଙ୍କ ପାଇଁ ପ୍ରହସନ ପାଲଟିଛି । ଏଠାରେ ମୁଖ୍ୟ କଥା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଓଭରହେଡ୍ ପାଣି ଟାଙ୍କିଙ୍କୁ ପାଣି ଯୋଗାଇବା ପାଇଁ ଦୁଇଟି ସ୍ଥାନ ଚୟନ କରାଯାଇଛି । ଦୀର୍ଘ ବର୍ଷ ପୂର୍ବେ ମୂଷଳ ନଦୀର ଏକ ପାର୍ଶ୍ବରେ ଏକ କୂଅ ନିର୍ମାଣ କରାଯାଇ ନଦୀ ପାଣିକୁ ବିଶୁଦ୍ଧ କରି ସେଠାରୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ସେଠାରୁ ଜଳ ଯୋଗାଣରେ ବିଭିନ୍ନ ଅସୁବିଧା ଯୋଗୁ ୧କିଲୋ ମିଟର ଦୂର ବା ଥାନା ପଛ ପାଖରେ ରାଜସ୍ବରୁ ୧ଲକ୍ଷ ଲିଟରର ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଗଲା । ସେଥିରେ ସରକାରଙ୍କ ଅନୁଦାନରୁ ପ୍ରାୟତଃ ୮୦ଲକ୍ଷ ଟଙ୍କା ଖର୍ଚ୍ଚରେ ଏହି ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା । ମଟରରୁ ଓଭରହେଡ୍ ପାଣି ଟାଙ୍କିର ଦୂରତା ୧ହଜାରରୁ ଉର୍ଦ୍ଧ୍ବ ମିଟରରୁ ଉର୍ଦ୍ଧ୍ବ ହେଉଥିବା ନେଇ ଓଭରହେଡ୍ ପାଣି ଟାଙ୍କିକୁ ପାଣି ପହଁଞ୍ଚି ପାରୁନାହିଁ । କାରଣ ମଟରର କ୍ଷମତା ଠାରୁ ଅଧିକ ଦୂରରେ ଓଭରହେଡ୍ ଟାଙ୍କି ନିର୍ମାଣ କରାଯାଇଛି ତେଣୁ ପାଣିର ପ୍ରେସର୍(ଚାପ) ରହୁନାହିଁ । ଯାହାକୁ ନେଇ ଟାଙ୍କିରେ ପାଣି ଫୁଲ୍ ହେବା ପାଇଁ ପମ୍ପରୁ ଓଭରହେଡ୍ ଟାଙ୍କିକୁ ଠିକ୍ ଭାବେ ପହଁଞ୍ଚି ପାରୁନାହିଁ । ଯଦି ଯୋଜନା ଆରମ୍ଭରୁ ବିଭାଗ ପକ୍ଷରୁ ସଠିକ୍ ସ୍ଥାନ ଚୟନ କରାଯାଇ ଉକ୍ତ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଥାନ୍ତା । ଏବଂ ଗୋଟିଏ ସ୍ଥାନରେ ମଟର, କଣ୍ଟ୍ରୋଲ ରୁମ୍ ଓ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଥାନ୍ତା ତେବେ ଆଜି ଲକ୍ଷାଧିକ ଟଙ୍କାର ଟାଙ୍କିଟି କାମରେ ଲାଗିଥାନ୍ତା । ଯାହାକୁ ନେଇ ଲୋକମାନେ ସ୍ବଚ୍ଛ ପାନୀୟ ଜଳରୁ ବଞ୍ଚିତ ନହୋଇ ଉପକୃତ ହୋଇଥାନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ସଠିକ୍ ତଦନ୍ତ କରାଇ ଉଚିତ୍ ପଦକ୍ଷେପ ନେଲେ ଯୋଜନାରେ ସମସ୍ତ ପରିବାର ଉପକୃତ ବା ସ୍ବଚ୍ଛ ପାନୀୟ ଜଳ ପାଇପାରନ୍ତେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.