Home କୋରାପୁଟ ୧୧୪୫ କେଜି ଗଞ୍ଜେଇ  ଜବତ ଓ ୪ ଗିରଫ

୧୧୪୫ କେଜି ଗଞ୍ଜେଇ  ଜବତ ଓ ୪ ଗିରଫ

27

କୋରାପୁଟ ୧୮-୦୨(ଓଡିଆ ପୁଅ /ରଂଜନ ଦାସ) ସେମିଲିଗୁଡା  ଥାନା ପୋଲିସ ଦ୍ୱାରା ୧୧୪୫ କେଜି ଗଞ୍ଜେଇ  ଜବତ କରିଥିବାବେଳେ ଚୋରା ଗଞ୍ଜେଇ  ଚାଲାଣରେ ୪ ଜଣକୁ ଗିରଫ କରାଯାଇଛି ।  ସେମିଲିଗୁଡା ଥାନା ଅଧିକାରୀ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ବଡେଙ୍ଗା ଛକରେ ଯାନବାହାନ ଯାଂଚ କରୁଥିବାବେଳେ ସିଜି- ୦୪୧୫ଏ ୭୪୩୦ ନମ୍ବର ପ୍ଲେଟ ଥିବା ଏକ ଟ୍ରକ ଓ ଏପି-୩୯ଟିଇ ୭୮୭୦ ନମ୍ବର ଅଟୋରିକ୍ସାକୁ  ଚେକିଂ କରି ସେଥିରୁ ୧୧୪୫ କିଲୋଗ୍ରାମ ଗଞ୍ଜେଇ  ଜବତ କରିଥିଲେ । ଏହି ଘଟଣାରେ ସେମିଲିଗୁଡା ପୋଲିସ ଝାଡଖଣ୍ଡ ବୋକାରୋ ଜିଲ୍ଲାର ସୁବୋଧ କୁମାର ମାହାନ୍ତ(୪୮),ଉତମ ହାନସଦା(୨୦),ବବଲୁ ମାହାନ୍ତ(୩୧) ଓ କୋରାପୁଟ ଜିଲା ପାଡୁଆ ଥାନା ଅଂଚଳର ସିତାରାମ ଗେମେଲକୁ ଗିରଫ କରିଛି । ଜବତ ଗଞ୍ଜେଇ ପାଡୁଆ ଅଂଚଳରୁ ଝାଡଖଣ୍ଡ ଓ ବିହାରକୁ ଚାଲାଣ ହେଉଥିବା ସୂଚନା ମିଳିଛି । ସେମିଲିଗୁଡା ତହସିଲଦାର ଭରତ ମାଝିଙ୍କ ଉପସ୍ଥିତିରେ  ଗଞ୍ଜେଇ   ଓଜନ କରା ଯାଇଥିବାବେଳେ ପୋଲିସର ସ୍ୱତନ୍ତ୍ର ଟିମରେ ଏଏସଆଇ ଏସ.ସିଏଚ.ବିଷୋୟୀ,ହାବିଲଦାର ଏସ .କେ.ବାଘ,କନେଷ୍ଟବଲ ଅରୁଣ ବେହେରା,ପି.ସିଏଚ.ମାଝି ପ୍ରମୁଖ ସାମିଲ ହୋଇଥିଲେ । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.