Home ଜିଲ୍ଲା ପରିକ୍ରମା ୧୧ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ୍‌, ଜଣେ ଗିରଫ

୧୧ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ୍‌, ଜଣେ ଗିରଫ

33

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାହା ଆଶଙ୍କା କରାଯାଉଥିଲା, ତାହା ଏବେ ସତ୍ୟ ହେବାକୁ ଯାଉଛି । କାରଣ ଭଦ୍ରକ ଏବେ ଧଳା ଜହର ବା ବ୍ରାଉନ ସୁଗାର କାରବାରର ହବ୍ ପାଲଟିଛି । ଗତ କିଛି ଦିନର ଘଟଣାବଳୀରୁ ଏହା ସ୍ପଷ୍ଟ ହେବାରେ ଲାଗିଛି । ପୂର୍ବରୁ ଛୋଟ ଛୋଟ ବ୍ୟବସାୟୀ ଧରାପଡ଼ୁଥିବାବେଳେ, ଏବେ ବଡ଼ ବ୍ୟବସାୟୀ ପୁଲିସ ଓ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଜାଲରେ ପଡ଼ିଲେଣି । ଏହି କ୍ରମରେ ଆଜି କଟକସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ଅବକାରୀ ବିଭାଗ ୧୧୦ ଗ୍ରାମର ବ୍ରାଉନସୁଗାର ଜବତ୍ କରିଛି । ଏହି ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସଂପୃକ୍ତ ଯୁବକଜଣକ ହେଲେ ତ୍ରିଲୋଚନ ନାୟକ । ବିଭାଗୀୟ ନିରୀକ୍ଷକ ଜଗଦିଶ ସାମଲଙ୍କ ସୂଚନା ଅନୁଯାୟୀ, ତାଙ୍କ ନେତୃତ୍ୱରେ ଏକ ୧୧ ଜଣିଆ ଟିମ ଭଦ୍ରକ-କଟକ ରାସ୍ତାରେ ପୋଟ୍ରୋଲିଂ କରୁଥିଲେ । ଏକ ନିର୍ଦ୍ଧିଷ୍ଟ ସୂଚନା ଆଧାରରେ ଏହି ଟିମ ସନ୍ଦେହଜନକ ଅବସ୍ଥାରେ ଯାଉଥିବା ତ୍ରିଲୋଚନକୁ ୧୬ନଂ ଜାତୀୟ ରାଜପଥର ନଳାଙ୍ଗ ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରୁ କାବୁ କରି ଯାଞ୍ଚ କରିବାରୁ ତା’ ପାଖରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ୍ କରିଥିଲେ । ତ୍ରିଲୋଚନ ଜଳେଶ୍ୱରରୁ ଏହି ବ୍ରାଉନସୁଗାର ଆଣିଥିବା ବିଭାଗୀୟ ଅଧିକାରୀଙ୍କ ପଚରାଉଚୁରା ବେଳେ ସ୍ୱୀକାର କରିଛି । ତେବେ ଗତ ଦେଢ଼ ମାସ ମଧ୍ୟରେ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗାର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜବତ୍ ହେବା ଘଟଣାରୁ ସ୍ପଷ୍ଟ ହୋଇଛିଯେ ଭଦ୍ରକ ଏବେ ଧଳାଜହର ବେପାରୀଙ୍କ ହବ୍ ପାଲଟିସାରିଛି । ତେବେ ପୁଲିସ ହେଉ କିମ୍ବା କେନ୍ଦ୍ରୀୟ ଅବକାରୀ ବିଭାଗ, ଏସମସ୍ତ କାରବାର କରୁଥିବା କେତେକ ବ୍ୟକ୍ତିଙ୍କୁ ଗିରଫ କରୁଛି ସତ, କିନ୍ତୁ ଉକ୍ତ ବେଆଇନ ଉତ୍କଟ କାରବାରର ଉତ୍ସ ସମ୍ପର୍କରେ ଖୋଳତାଡ଼ କରୁ ନାହିଁ । ଫଳରେ ଡ୍ରଗ ମାଫିଆମାନେ ପୁଲିସ ଠାରୁ ଅପହଞ୍ଚ ଦୂରତାରେ ରହିଯାଉଛନ୍ତି । ଯଦି ଏହି କାରବାର ଉପରେ ରୋକ ଲଗାଇବାକୁ ପୁଲିସ ଆନ୍ତରିକତା ପ୍ରକାଶ କରିଥାନ୍ତା ତେବେ ଏହି କାରବାରର ଅନ୍ତ ଘଟି ସାରନ୍ତାଣି ବୋଲି ସହରରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.