Home ଜିଲ୍ଲା ପରିକ୍ରମା ମହାଶିବରାତ୍ରୀରେ ଦୁଲର୍ଭ ସୁନାବେଶରେ ଦର୍ଶନ ଦେଲେ ଆଖଣ୍ଡଳମଣି , କୋଭିଡ କଟକଣା ଅନୁଯାୟୀ ୪ଟାରେ ମନ୍ଦିର...

ମହାଶିବରାତ୍ରୀରେ ଦୁଲର୍ଭ ସୁନାବେଶରେ ଦର୍ଶନ ଦେଲେ ଆଖଣ୍ଡଳମଣି , କୋଭିଡ କଟକଣା ଅନୁଯାୟୀ ୪ଟାରେ ମନ୍ଦିର ଚୂଡାକୁ ଉଠିଲା ମହାଦୀପ

81

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମହାଶିବରାତ୍ରିରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ସୁନାବେଶ ଓ ମହାଦୀପ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାନ୍ତା । ହେଲେ ଚଳିତବର୍ଷ ମହାମାରୀ କରୋନା ଭୟଭୟତାକୁ ନେଇ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ଧାରା ଜାରୀ କରାଯିବା ସହ ଭକ୍ତଙ୍କ ଦର୍ଶନ ଓ ଦୀପ ଜାଳିବା ଉପରେ ରୋକ ଲଗାଇଥିଲା ପ୍ରଶାସନ । ହେଲେ ସେବାୟତଙ୍କର ବହୁ ଦାବି ହେବା ପରେ ପ୍ରଶାସନ ପକ୍ଷରୁ ସାମନ୍ୟ କୋହଳ କରାଯାଇ ଆରଡି ସନିକଟ ୪ଟି ପଞ୍ଚାୟତର ଲୋକମାନଙ୍କ ଦର୍ଶନ ପାଇଁ ଅନୁମତି ଦେଇଥିଲା । ଦିନତମାମ ମଣିବାବାଙ୍କ ମନ୍ଦିରରେ ଜାଗରର ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିବା ବେଳେ ସଂଧ୍ୟା ୬ଟାରୁ ରାତ୍ର ୧୨ଟାଯାଏଁ ଚାରୀ ପ୍ରହର ଘର୍ଷଣ ଓ ଅଭିଷେକ ନୀତି ଅନୁଷ୍ଠିତ ହୋଇଥିଲା । ପରେ ସ୍ୱର୍ଣ୍ଣ ଅଳଙ୍କାର ଓ ବିଭିନ୍ନ ଫୁଲ, ଚନ୍ଦନ ଆଦିରେ ମଣିବାବାଙ୍କର ଦୁର୍ଲଭ ସୁନାବେଶ ରାତ୍ର ୧ଟାରେ ସମ୍ପନ୍ନ ହେବା ପରେ ଦେଢଘଣ୍ଟା ଦର୍ଶନ ପାଇଁ ସାହଣମେଲା କରାଯାଇଥିଲା । ପରେ ମହାଦୀପ ସେବାୟତ ଅମର ପାଢୀଙ୍କ ଦ୍ୱାରା ପ୍ରସ୍ତୁତ ହେବା ପରେ ଯଜ୍ଞ ଓ ଗୁପ୍ତ ଶୋଡଷରେ ମହାଦୀପ ପ୍ରତିଷ୍ଠା କରାଯିବା ସହିତ ଅଗ୍ନି ସଂଯୋଗ କରାଯାଇଥିଲା । ପରେ କୋଭିଡ କଟକଣା ମଧ୍ୟରେ ସେବାୟତମାନେ ଘଣ୍ଟା କିର୍ତ୍ତନ ସହ ଭୋର ୪ଟାରେ ବିଧିବିଧାନ ଅନୁଯାୟୀ ମହାଦୀପ ମନ୍ଦିର ଚୂଡାକୁ ଉଠାଇଥିଲେ । ମନ୍ଦିରର ପ୍ରଚଳିତ ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ଘଣ୍ଟସେବା ଓ ଗୋଟିପୁଅ ନୃତ୍ୟ ପ୍ରତି ନୀତିକାନ୍ତିରେ ଶୋଭା ମଣ୍ଡିତ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.