Home ଓଡ଼ିଶା ୧୦୫ କେଜି ଗଜେଂଇ ଜବତ ସହ ଜଣେ ଚାଲାଣକାରି ଗିରଫ

୧୦୫ କେଜି ଗଜେଂଇ ଜବତ ସହ ଜଣେ ଚାଲାଣକାରି ଗିରଫ

26

ମାଲକାନଗିରି,୧୯ ।୬ (ଓଡିଆ ପୁଅ ) ମାଲକାନଗରି ଜିଲ୍ଲା କୁଡୁମୁଲୁଗୁମ୍ମା ଫାଣ୍ଡି ପୁଲିସ ଚଢଉକରି ୧୦୫କେଜି ଗଜେଂଇସହ ଜଣେ ଗଜେଂଇ ଚାଲାଣକାରିଙ୍କୁ ଗିରଫ କରିଛନ୍ତି । ଗୁମ୍ମାପୁଲିସ ଫାଣ୍ଡି ଅଧିକାରି ଗିରିଶ ଚନ୍ଦ୍ର ମାହାରଣା ଙ୍କ ନେତୃତ୍ୱରେ ପୁଲିସ ଟିମ ପେଟ୍ରଲିଂ କରୁଥିବା ବେଳେ ଗୋବିନ୍ଦପାଲି ବାଲିମେଳା ମୁଖ୍ୟରାସ୍ତା ଜବାଗଡ ଠାରେ ଜଣେ ବ୍ୟକ୍ତି ବସ୍ତାଟିଏ ଧରି ରାସ୍ତାରେ ଜଗିରହିଥିଲେ ।ଲକଡାଉନ ସମୟରେ କିଛି ଗାଡି ଚାଲୁନଥିବା ବେଲେ ଏହି ବ୍ୟକ୍ତି କାହିଁକି ରାସ୍ତାରେ ଗାଡିକୁ ଜଗିଛନ୍ତି ବୋଲି ପୁଲିସର ସନ୍ଦେହ ହୋଇଥିଲା । ପୁଲିସ ତାଙ୍କ ନିକଟକୁ ଯିବାରୁ ସେ ଦୌଡିପଳାଇବାକୁ ଚେଷ୍ଟାକରିଥିଲେ ପୁଲିସ ତାଙ୍କୁ ଗୋଡାଇଧରିଥିଲେ । ବସ୍ତା ଜାଚଂ କରିବାରୁ ସେଥିରେ ଗଜେଂଇ ଥିବାର ଦେଖିବାକୁ ପାଇ ସେ ବ୍ୟକ୍ତିଙ୍କୁ ଗିରଫ କରି ପୁଲିସ ଫାଣ୍ଡିକୁ ନେଇଥିଲେ । ସେଠାରେ ପଚାରା ଉଚରା କରିବାରୁ ସେ ବ୍ୟକ୍ତିଙ୍କ ଘର କଣ୍ଡେଲ ଗ୍ରାମରେ ତାଙ୍କ ନାମ ନିରଜଂନ ଆଦିବାରୀ, ସେ ମାରିଗୁଡା ଠାରୁ ଗଜେଂଇ ଆଣି ବାହାରକୁ ଚାଲାଣ କରିବା ପାଇଁ ରାସ୍ତାରେ ବେପାରିଙ୍କ ଗାଡିକୁ ଜଗିଥିବାର ଜଣାପଡିଛି । ଗଜେଂଇ ଓଜନ କରିବାରୁ ୧୦୫ କେଜି ହୋଇଥିଲା । ଏହାର ଆନ ୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷଟଙ୍କା ହେବ ବୋଲି ଜଣା ପଡିଛି, ନିରଜଂନକୁ ପୁଲିସ ଗିରପ କରି କୋର୍ଟଚାଲାଣ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.