Home ଅପରାଧ ୧୦୨ କେଜି ଗଞ୍ଜେଇ ସହ କାର ଜବତ ଜଣେ ଗିରଫ

୧୦୨ କେଜି ଗଞ୍ଜେଇ ସହ କାର ଜବତ ଜଣେ ଗିରଫ

150

କନ୍ଧମାଳ, ୧୨/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ବାହାର ଜିଲ୍ଲାକୁ କନ୍ଧମାଳରୁ କମୁ ନାହିଁ ଗଂଜେଇ ଚୋରା ଚାଲାଣ। କରୋନା ମହାମାରୀ ସମୟରେ ସମସ୍ତେ ନିଜର ସୁରକ୍ଷା ପାଇଁ ଯତ୍ନବାନ ଥିବା ବେଳେ ମାଫିଆଙ୍କର କିଛି ଚିନ୍ତା ନାହିଁ। ଯେ କୌଣସି ଉପାୟରେ ଗଂଜେଇ ଚାଲାଣ କରି ମାଲମାଲ ହେବା ନିଶା ମାଫିଆଙ୍କୁ କରୋନା ପ୍ରଭାବ ପଡୁ ନାହିଁ। ଫିରିଙ୍ଗିଆରୁ ଭୁବନେଶ୍ବର ଗଂଜେଇ ଚାଲାଣ ହେଉଥିବା ବେଳେ ପୁଲିସ କାର ସହ ୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଜବତ କରି ୪ ଜଣଙ୍କୁ ଗିରଫ କରିଥିଲା।୨୪ ଘଣ୍ଟା ନ ପୁରୁଣୁ ପୁଣି ପୁଲିସ ଆଠଗଡକୁ ଚାଲାଣ ହେଉଥିବା ୧ କ୍ବିଣ୍ଟାଲ ୨ କିଲୋ ଗଂଜେଇ ସହ ଏକ କାରକୁ ମାଝିପଡା ଛକ ନିକଟରୁ ଜବତ କରିଛି। ଏଥିରେ କଟକ ଜିଲ୍ଲା ତିଗିରିଆ ଥାନା ମଣେଶ୍ବରପଡାର ପ୍ରତାପ ନାୟକଙ୍କୁ ପୁଲିସ ଗିରଫ କରିଛି। କାରରେ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ଫିରିଙ୍ଗିଆ ଥାନା ଆଇଆଇସି ପି-ଶ୍ୟାମସୁନ୍ଦର ରାଓ ସଦଳବଳେ ଚଢାଉ କରିଥିଲେ।।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.