Home ଓଡ଼ିଶା ୧୦୧୬ ଜଣ ଆସିଷ୍ଟାଂଟ୍ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ)ଙ୍କୁ ବିଭିନ୍ନ ଜିଲ୍ଲାର ଥାନା ସମେତ ବିଭିନ୍ନ ପୋଲିସ୍ କାର୍ଯ୍ୟାଳୟରେ...

୧୦୧୬ ଜଣ ଆସିଷ୍ଟାଂଟ୍ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ)ଙ୍କୁ ବିଭିନ୍ନ ଜିଲ୍ଲାର ଥାନା ସମେତ ବିଭିନ୍ନ ପୋଲିସ୍ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରଦାନ

90

କଟକ ୧୬ା୯ (ଓଡିଆ ପୁଅ) ୧୦୧୬ ଜଣ ଆସିଷ୍ଟାଂଟ୍ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ)ଙ୍କୁ ବିଭିନ୍ନ ଜିଲ୍ଲାର ଥାନା ସମେତ ବିଭିନ୍ନ ପୋଲିସ୍ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇଛି। ଅପରାଧ ମାମଲାର ତଦନ୍ତ ଏବଂ ଆଇନ୍ ଶୃଙ୍ଖଳା ଭଳି ପରିସ୍ଥିତି ସମୟରେ ସଠିକ୍ ଭାବେ କାର୍ଯ୍ୟ କରିବାକୁ ସେମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରଶିକ୍ଷଣ ସମୟରେ ଅନୁଷ୍ଠିତ ହେଉଥିବା ଲିଖିତ ପରୀକ୍ଷା ଏବଂ ପରେ ଥାନା ସହିତ ସଂଲଗ୍ନ ଭଳି ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କୁ ଚଳିତ ମାସ ୧୫ ତାରିଖରୁ ନିଯୁକ୍ତି ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୨୦୨୦ରେ ୧୦୯୨ଜଣ କନେଷ୍ଟବଳ/ ହାବିଲଦାର/ ଲାନ୍ସନାଏକ ପଦବୀରୁ ଆସିଷ୍ଟାଂଟ୍ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ) ପଦବୀକୁ ପଦୋନ୍ନତି ନିମନ୍ତେ ପ୍ରକାଶିତ ହୋଇଥିଲା। ଲିଖିତ ପରୀକ୍ଷା ଏବଂ ସର୍ଭିସ୍ ରେକର୍ଡ ଯାଞ୍ଚ କରାଯିବା ପରେ ସେମାନଙ୍କୁ ପଦୋନ୍ନତି ପ୍ରଦାନ କରାଯିବା ନିମନ୍ତେ ନିଷ୍ପତି ହୋଇଥିଲା।

ସେହି କ୍ରମରେ ପଦନ୍ନୋତି ପାଇଥିବା ଏଏସ୍‌ଆଇଙ୍କୁ ୪ ମାସ ଇନ୍‌ଷ୍ଟ୍ୟିୁଚ୍‌ସନାଲ୍ ଟ୍ରେନିଂ ଏବଂ ୨ ମାସ ବିଭିନ୍ନ ପୋଲିସ୍ ଷ୍ଟେସନ୍ ସହିତ ସଂଲଗ୍ନ କରାଯାଇଥିଲା। ପଦୋନ୍ନତି ପାଇଥିବା ଏଏସ୍‌ଆଇମାନେ ଏଇଟି, କୋରାପୁଟ, ପିଟିଏସ୍‌, ନୟାଗଡ଼, ବିଟିଆଇ, ବୁର୍ଲା, ୟୁପି ଏବଂ ଟିଟିଆଇ, ଭୁବନେଶ୍ୱର, ପିଟିସି, ଅନୁଗୁଳ ଏବଂ ପିଟିଆଇ, ବୈରୀଠାରେ ତାଲିମ୍ ଗ୍ରହଣ କରିଥିଲେ।

ସେମାନଙ୍କ ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କୁ ଏକ ଲିଖିତ ପରୀକ୍ଷାରେ କୃତକାର‌୍ୟ୍ୟ ହେବାର ଆବଶ୍ୟକତା ରହିଛି। ତାପରେ ସେମାନେ ଅପରାଧ ମାମଲାଗୁଡ଼ିକର ତଦନ୍ତ ନିମନ୍ତେ ସ୍ୱୀକୃତି ପାଇପାରିବେ।

ଆଗାମୀ ଦିନରେ ସାଧାରଣ ଲୋକଙ୍କୁ ଉତମ ସେବା ଯୋଗାଇବାରେ ଏତେ ସଂଖ୍ୟକ ତଦନ୍ତକାରୀ ଅଧିକାରୀ ମୁଖ୍ୟ ଭୂମିକା ଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.