Home Top News ବୈତରଣୀ ନଦୀରେ ବୃଦ୍ଧିପାଉଛି ଜଳସ୍ତର; ଭୟଭିତ ଅବସ୍ଥାରେ ନଦୀକୁଳିଆ ଲୋକେ

ବୈତରଣୀ ନଦୀରେ ବୃଦ୍ଧିପାଉଛି ଜଳସ୍ତର; ଭୟଭିତ ଅବସ୍ଥାରେ ନଦୀକୁଳିଆ ଲୋକେ

51

ଯାଜପୁର୧୬ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର-ଭଦ୍ରକ ଜିଲ୍ଲାର ବଡରରେ ଥିବା ଆଖୁଅପଦା ଆନିକଟରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଦେଥିବାକୁ ମିଳିଛି। ଅଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ନଦୀର ଜଳସ୍ତର ୧୮.୫୦ ମିଟରେ ପ୍ରବାହିତ ହେଉଥିବା ବିଭାଗୀୟ ଅଧିବାରୀଙ୍କ ଠାରୁ ସୂଚନା ମିଳିଛି। ଗତକାଲି ସଂଧ୍ୟା ସୁଦ୍ଧା ଏଠାରେ ୧୮.୩୪ ରେ ଜଳସ୍ତର ପ୍ରବାହିତ ହେଉଥିଲା। ରାତିରେ ଜଳସ୍ତର ସାମାନ୍ୟ କମିଯାଇ ୧୮.୩୧ ମିଟରକୁ ଖସି ଆସିଥିଲା। ଆଜି ପୁଣି ସକାଳୁ ଉପରମୁଣ୍ଡରେ ପ୍ରବଳ ବ‌ର୍ଷା ହେବାରୁ ବୈତରଣୀର ତଳମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇଛି, ଯେଉଁଥି ପାଇଁ ଆଖୁଆପଦାଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ର କିଛି ପଞ୍ଚାୟତ, ବିଝାରପୁର ବ୍ଲକ୍‌, କୋରେଇବ୍ଲକର କିଛି ପଞ୍ଚାୟତର ଚାଷ ଚମିରେ ବନ୍ୟାଜଳ ପ୍ରବାହିତ ହେବା ଥେିବାକୁ ମିଳିଛି ସେହିପରି ଭଦ୍ରକ ଜିଲ୍ଲାର ୪ ଟି ବ୍ଲକର ୫୦ ପଞ୍ଚାୟତରେ ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି। ଧାନ କ୍ଷେତ ସଂପୂର୍ଣ୍ଣ ଭାବେ ବନ୍ୟା ଜଳରେ ବୁଡି ଯାଇଛି। ପନି ପରିବା ଚାଷ ଉଜୁଡି ଯାଇଛି। ବୈତରଣୀର କଣ୍ଟି ଏସକେପ୍ ରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଏହି ବ୍ଲକର ୮ ପଞ୍ଚାୟତ ବନ୍ୟା ଜଳରେ ଏବେ ଉବୁଟୁବୁ ହେଉଛି। ଲୋକଙ୍କର ଧାନ କ୍ଷେତ ସଂପୂର୍ଣ୍ଣ ଭାବେ ବନ୍ୟା ପା‌ଣିରେ ବୁଡିଯାଇଛି।

ରାସ୍ତା ଘାଟ ଅନେକ ସ୍ଥାନରେ ବୁଡିଛି। କିଛି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଧାମନଗର ବ୍ଲକର ବୈତରଣୀ କୂଳରେ ଥିବା ଆନନ୍ଦପୁର ନିକଟସ୍ଥ ମଲ୍ଲିମାହାରା ଏସକେପ୍ ଦେଇ ବନ୍ୟା ଜଳ ଗାଁ ଆଡକୁ ପ୍ରବାହିତ ହେଉଥିବା ବେଳେ ସୋହଡା ନିକଟସ୍ଥ ଗୌରାଙ୍ଗପୁର ଏସକେପ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଛଛି। ଫଳରେ ଧାମନଗର ବ୍ଲକର ୨୦ ପଞ୍ଚାୟତର ଚାଷ ଜମି ଉଜୁଡି ଯିବାକୁ ବସିଛି।

ସେହିପରି ତିହିଡି ବ୍ଲକର ୧୦ ପଞ୍ଚାୟତ ଓ ଚାନ୍ଦବାଲି ବ୍ଲକର ୪ ପଞ୍ଚ‌ାୟତ ବନ୍ୟା‌ ଜଳରେ କ୍ଷତିଗ୍ରସ୍ତ ହୋଇଛି। ଭଦ୍ରକ ବ୍ଲକରେ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ରେବ କପାଳି ଓଗେଙ୍ଗୁଟି ନଦୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ୧୦ ଟି ପଞ୍ଚାୟତିର ଚାଷ ଜମିରେ କ୍ଷତି ପହଞ୍ଚାଇଛି। ଜିଲ୍ଲାରେ ବନ୍ୟାରେ ୫୦ ପଞ୍ଚାୟତର ଚାଷ ଜମିରେ କ୍ଷତି ପହଞ୍ଚିଥିବା ବେଳେ ଅନେକ ରାସ୍ତା ବର୍ଷାରେ ବୁଡି ନଷ୍ଟ ହୋଇଛି। ବୈତରଣୀର ଜଳସ୍ତର ଆହୁରି ବୃଦ୍ଧିପାଉଥିବଶଣଉ ଲୋକଙ୍କୁ ବନ୍ୟା ଭୟ ଆତଙ୍କିତ କରିଛି। ଆସନ୍ତା ୧୭ ତାରିଖରେ ଆଉ ଏକ ଲଘୁ ଚାଷ ସୃଷ୍ଟି ହେବାକୁ ଥିବା ବେଳେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ଦିନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେ‌ଲେ। ଏହାର ମୁକାବିଲା ନେଇ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତ କରାଯାଇଥିବା ନେଇ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ସମ୍ବାଦକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.