Home ଓଡ଼ିଶା ୧୦ଫୁଟ ଲମ୍ବର କିଙ୍ଗ୍‌କୋବ୍ରା ଉଦ୍ଧାର

୧୦ଫୁଟ ଲମ୍ବର କିଙ୍ଗ୍‌କୋବ୍ରା ଉଦ୍ଧାର

231

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୫-ନୟାଗଡ ଜିଲ୍ଲା ରଣପୁର ଜଙ୍ଗଲ ଓ ଆଖପାଖ ଗ୍ରାମାଚଂଳରେ ଦିନକୁ ଦିନ ଅହିରାଜ ସର୍ପଙ୍କର ସଂଖ୍ୟା ବଢିବାରେ ଲାଗିଛି । ଯାହା ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏପରି ବ୍ୟକ୍ତି ଅଛନ୍ତି ଯାହାଙ୍କର ପେସା ହେଉଛି ଚିତ୍ର କରିବା ନିଶା ହେଉଛି ସର୍ପ ଧରିବା । ସେହିଭଳି ବ୍ୟକ୍ତି ହେଉଛନ୍ତି ନନ୍ଦପୁର ଗ୍ରାମର ଅଜୟ କୁମାର ଦାସ । ମେ ୨୭ ତାରିଖ ସକାଳ ୫ଟା ସମୟରେ ଦର୍ପନାରାୟଣପୁର କାକଲମା ତୋଟା ନିକଟରେ ରହୁଥିବା ସନ୍ତୋଷ କୁମାର ପ୍ରଧାନ ତାଙ୍କ ଘରେ ଏକ ସର୍ପ ପଶିଥିବା ନେଇ ଅଜୟ କୁମାର ଦାସଙ୍କୁ ଫୋନ୍ ଯୋଗେ ଜଣାଇଲେ । ଅଜୟ ତାଙ୍କର ସହଯୋଗୀ ସୁବାଷ ଚନ୍ଦ୍ର ସେଠୀଙ୍କୁ ଧରି ସନ୍ତୋଷଙ୍କ ଘରେ ପହଁଚିଥିଲେ । ୧ଘଣ୍ଟା ପରିଶ୍ରମ ପରେ ଏକ ବିରାଟ ସର୍ପକୁ ଧରିଥିଲେ ।

ଅଜୟ କୁମାର ଦାସ କୁହନ୍ତି ସର୍ପଟି ହେଉଛି ୧୦ଫୁଟ ଲମ୍ବର ଏକ ମାଇ ଅହିରାଜ ସର୍ପ । ସେ ଏହିଭଳି ରଣପୁର ଅଂଚଳରୁ ୬୨ଗୋଟି ଅହିରାଜ ସର୍ପ ଧରି ଘଂଚ ଜଙ୍ଗଲରେ ଛାଡିଲେଣି । ନୟାଗଡ ଜିଲ୍ଲା ସ୍ନେକ୍ ହେଲପ ଲାଇନ୍ ରେ ଜଣେ ସଦସ୍ୟ ଭାବେ କାର୍ଯ୍ୟ କରନ୍ତି । ଚିତ୍ର କରି ଯାହା ଅର୍ଥ ରୋଜଗାର କରନ୍ତି ତାହା ଦ୍ୱାରା ପରିବାର ପ୍ରତିପୋଷଣ କରନ୍ତି । ସର୍ପ ଧରିବାରେ କେହି ଯଦି ନିଜ ଇଛାରେ ଗାଡିରେ ତେଲ ପକାଇବା ପାଇଁ ପଇସା ତ ଦେଇଥାନ୍ତି ନହେଲେ କାହାରିକୁ ସର୍ପ ଧରିବା ପାଇଁ ଅର୍ଥ ଦାବି କରନ୍ତି ନାହିଁ । ସରକାରୀ ସହାୟତା ଆଶାରେ ସର୍ପ ଧରାଳି ଅଜୟ କୁମାର ଦାସ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.