Home ଜିଲ୍ଲା ପରିକ୍ରମା ୟୁରିଆ ସାରର ବ୍ୟାପକ କଳାବଜାରୀ : ୮ ଲାଇସେନ୍ସ ରଦ୍ଦ ଓ ୯ ବିକ୍ରେତାଙ୍କୁ କାରଣ...

ୟୁରିଆ ସାରର ବ୍ୟାପକ କଳାବଜାରୀ : ୮ ଲାଇସେନ୍ସ ରଦ୍ଦ ଓ ୯ ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ୍‌

106

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ବନ୍ୟାପରେ ସାର ସଂକଟ ଦେଖା ଦେଇଛି । ବିଶେଷକରି ପଛୁଆ ଖରିଫ ଚାଷ ଲାଗି ଅଧିକ ଆବଶ୍ୟକ ପଡୁଥିବା ୟୁରିଆ ସାର ଯୋଗାଣ କ୍ଷେତ୍ରରେ ସଂକଟ ଦେଖାଦେଇଛି । ଜିଲାରେ ସରକାରୀ ଧାନ ସଂଗ୍ରହରେ ସାମିଲ ହେଉଥିବା ସବୁ ସମବାୟ ସମିତି ସାର ଯୋଗାଣରେ ସାମିଲ ନହେବା ଏବଂ ଅଧିକରୁ ଅଧିକ ଘରୋଇ ବିକ୍ରେତାଙ୍କୁ ସାର ଯୋଗାଣରେ ସାମିଲ କରାଯିବା ଯୋଗୁଁ ଏହି ସଂକଟ ଦେଖାଦେଇଛି । ୟୁରିଆ ସାରର ଚାହିଦାକୁ ଦୃଷ୍ଟିରେ ରଖି ଘରୋଇ ସାର ବିକ୍ରେତାମାନେ ବ୍ୟାପକ କଳା ବଜାର ଚଳାଇବା ଯୋଗୁଁ ଜିଲାରେ ସାରର କୃତ୍ରିମ ଅଭାବ ଦେଖାଦେଇଛି । ଜିଲାରେ ସାର ଯୋଗାଣ କ୍ଷେତ୍ରରେ ଏହି ଧରଣର ଅନିୟମିତତାକୁ ଦୃଷ୍ଟିରେ ରଖି ଗତ ସପ୍ତାହ ଜିଲା ପ୍ରଶାସନ ପକ୍ଷରୁ ଜିଲାବ୍ୟାପୀ ଚଢାଉ କରାଯାଇଥିଲା । ଚଳିତବର୍ଷ ଜିଲାରେ ଟପ୍‌-୨୦ ସାର ବିକ୍ରେତାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଡିପୋ ଉପରେ ପ୍ରଶାସନିକ ଚଢଉ କରାଯାଇଥିଲା । ଚଢଉ ସମୟରେ ୟୁରିଆ ସାରର କଳା ବଜାର କରୁଥିବା ଅଭିଯୋଗରେ ଜିଲା ପ୍ରଶାସନ ପକ୍ଷରୁ ୮ ଜଣ ସାର ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରିଥିବା ବେଳେ ୯ ଜଣଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହିତ ୨ ଜଣ ଡିଲରଙ୍କ ଲାଇସେନ୍ସ ପ୍ରତ୍ୟାହାର କରି ନିଆଯାଇଥିବା ଜିଲା କୃଷି ବିଭାଗ ପକ୍ଷରୁ ଜଣାପଡିଛି । ଜିଲା ପ୍ରଶାସନର ଏହି ଚଢଉ ଫଳରେ ଅଧିକାଂଶ ପ୍ରାଇଭେଟ୍ ରିଟେଲର ସେମାନଙ୍କ ପାଖରେ ଷ୍ଟକ୍ ନଥିବା ଦର୍ଶାଇ ସେମାନଙ୍କ କାଉଣ୍ଟର ବନ୍ଦ କରି ଦେଇଥିବାବେଳେ ଆଉ କେତେକ କଳାବଜାରରେ ସେମାନଙ୍କ ସାରକୁ ବିକ୍ରି କରି ଦେଇଥିବା ଜଣାପଡିଛି । ଜିଲା କୃଷି ବିଭାଗ ସୂଚନା ଅନୁଯାୟୀ ଚଳିତବର୍ଷ ଭଦ୍ରକ ଜିଲାରେ ୧୬ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାରର ଆବଶ୍ୟକତା ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲାକୁ ୧୨ ହଜାର ୬୫୧ କ୍ୱିଣ୍ଟାଲ ୟୁରିଆ ଯୋଗାଇ ଦିଆଯାଇଛି । ଯେଉଁଥିରୁ ପ୍ରାୟ ୧୦ ହଜାର ମେଟ୍ରିକ୍ ଟନ୍ ସାର ବିକ୍ରି ସରିଥିବାବେଳେ ଷ୍ଟକିଷ୍ଟମାନଙ୍କ ପାଖରେ ଆହୁରି ପ୍ରାୟ ଅଢେଇ ହଜାର ମେଟ୍ରିକ୍ ଟନ୍ ସାର ମହଜୁଦ ରହିଛି । ତେବେ ବନ୍ୟା ପରେ ୟୁରିଆ ସାରର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି କିଛି ଅସାଧୁ ରିଟେଲର ହାତରେ ସାର ନଥିବା ଦର୍ଶାି ଚାଷୀଙ୍କ ଠାରୁ ବସ୍ତା ପିଛା ଶହେରୁ ଦୁଇଶହ ପର୍ଯ୍ୟନ୍ତ ଅଧିକ ଅର୍ଥ ଦାବୀ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଜିଲାରେ ଦେଖା ଦେଇଥିବା ୟୁରିଆ ସାର ଏହି ନିଅଣ୍ଟିଆ ପରିସ୍ଥିତି ପହଞ୍ôଚବା ପରେ ସୁଧୁରିଯିବ ବୋଲି କୃଷି ବିଭାଗ କହିଛନ୍ତି । ଜିଲା କୃଷି ବିଭାଗ ସୂଚନା ଅନୁଯାୟୀ ଚଳିତବର୍ଷ ଜିଲରେ ୩ ଶହ ପ୍ରାଇଭେଟ୍ ରିଟେଲର ଏବଂ ୭୫ ଟି ସେବା ସମବାୟ ସମିତି ଜରିଆରେ ଚାଷୀଙ୍କୁ ସାର ଯୋଗାଣ ବ୍ୟବସ୍ଥା କରାଯାଇଛି । ତେବେ ଅଧିକାଂଶ ଘରୋଇ ସାର ବିକ୍ରେତାଙ୍କ ମୁନାଫାଖୋରୀ ନୀତି ଯୋଗୁଁ ଜିଲାରେ ୟୁରିଆ ସାରର କଳାବଜାରୀ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.