Home ଓଡ଼ିଶା ୟୁପିଏସସି ପରୀକ୍ଷାରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଦୁଇ ଓଡିଆ, ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ୟୁପିଏସସି ପରୀକ୍ଷାରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଦୁଇ ଓଡିଆ, ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

128

– ପ୍ରତ୍ୟେକ ଛାତ୍ରଛାତ୍ରୀ ଉନ୍ନତ ଏବଂ ଶକ୍ତିଶାଳୀ ଭାରତ ଗଢ଼ିବାରେ ସଫଳତା ହାସଲ କରନ୍ତୁ
ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୦୪ (ଓଡ଼ିଆ ପୁଅ) – ୨୦୧୯ ବର୍ଷ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି)ର ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେହିପରି ଏହି ପରୀକ୍ଷାରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଥିବା ଦୁଇ ଓଡିଆ ଛାତ୍ରଛାତ୍ରୀ ତଥା ଅଷ୍ଟମ ରାଙ୍କରେ ଥିବା ଅଭିଷେକ ସରାଫ ଏବଂ ଦଶମ ରାଙ୍କରେ ଥିବା ସଞ୍ଜିତା ମହାପାତ୍ରଙ୍କ ପାଇଁ ଖୁସିବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ। କୃତକାର୍ଯ୍ୟ ହୋଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ତୃଣମୂଳ ସ୍ତରରେ ବିକାଶ କରିବା ସହ ଉନ୍ନତ ତଥା ଶକ୍ତିଶାଳୀ ଭାରତ ଗଢ଼ିବାରେ ସଫଳତା ହାସଲ କରନ୍ତୁ ବୋଲି ଶ୍ରୀ ପ୍ରଧାନ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.