Home ଓଡ଼ିଶା ସିଭିଲ ସର୍ଭିସେ୍ର‌ କୃତି ଛାତ୍ରଛାତ୍ରୀଙ୍କୁ ପିସିସି ସଭାପତିଙ୍କ ଶୁଭେଚ୍ଛା ବାର୍ତ୍ତା

ସିଭିଲ ସର୍ଭିସେ୍ର‌ କୃତି ଛାତ୍ରଛାତ୍ରୀଙ୍କୁ ପିସିସି ସଭାପତିଙ୍କ ଶୁଭେଚ୍ଛା ବାର୍ତ୍ତା

124

ଭୁବନେଶ୍ୱର ୪-୮ (ଓଡ଼ିଆ ପୁଅ) – ଦେଶର ଜନସଂଖ୍ୟା ଅନୁପାତରେ ଓଡିଶାର ଜନସଂଖ୍ୟା ମାତ୍ର ୪ ପ୍ରତିଶତ। ତା ସତ୍ୱେ ସର୍ବଭାରତୀୟ ଚାକିରୀ କ୍ଷେତ୍ରରେ ୧୫ ବର୍ଷ ପୂର୍ବେ ଓଡିଶାର ପିଲା ୧୦ ପ୍ରତିଶତ ଚାକିରୀ ପାଉଥିଲେ, ଏବେ କିନ୍ତୁ କମିଯାଇଛି। ଯାହାହେଉ ଏ ବର୍ଷ ୟୁପିଏସ୍‌ସି ସିଭିଲ୍ ସର୍ଭିସ ପରୀକ୍ଷାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଓଡିଶାର ଦୁଇଜଣ ସ୍ଥାନ ପାଇଛନ୍ତି। ୮ ସ୍ଥାନରେ ଅଭିଷେକ ସରାଫ ରହିଥିବା ବେଳେ ୧୦ମ ସ୍ଥାନରେ ସଂଜିତା ମହାପାତ୍ର ଅଛନ୍ତି। ଏହା ଓଡିଶା ପାଇଁ ଖୁସିର କଥା। ଏହି ଦୁଇଜଣଙ୍କ ସହିତ ଓଡ଼ିଶାର ଅନ୍ୟ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.