Home Top News ୟୁକ୍ରେନ-ଋଷ ଯୁଦ୍ଧର ସପ୍ତମ ଦିନ : ଋଷର ଆକ୍ରମଣରେ ଖାର୍କିଭରେ ୨୧ ଜଣଙ୍କର ମୃତ୍ୟୁ, ୧୧୨...

ୟୁକ୍ରେନ-ଋଷ ଯୁଦ୍ଧର ସପ୍ତମ ଦିନ : ଋଷର ଆକ୍ରମଣରେ ଖାର୍କିଭରେ ୨୧ ଜଣଙ୍କର ମୃତ୍ୟୁ, ୧୧୨ ଆହତ

112

ନୂଆ ଦିଲ୍ଲୀ ୨-୩ (ଓଡ଼ିଆ ପୁଅ) ଆଜି ୟୁକ୍ରେନ ଉପରେ ଋଷର ଆକ୍ରମଣର ସପ୍ତମ ଦିନ ଏବଂ ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ୟୁକ୍ରେନର ଅନେକ ସହରରେ ବର୍ତ୍ତମାନ ଯୁଦ୍ଧର ଚିହ୍ନ ଦେଖିବାକୁ ମିଳୁଛି। ଋଷିଆ ଟ୍ୟାଙ୍କ ସହରଗୁଡ଼ିକରେ ପ୍ରବେଶ କରିଛି। ଏଥିସହ ଋଷ ମଧ୍ୟ ଏୟାର ଷ୍ଟ୍ରାଇକକୁ ଜୋରଦାର କରିଛି। ମିଡିଆ ରିପୋର୍ଟରୁ ଜଣାପଡ଼ିଛିଯେ, ବୁଧବାର ଦିନ ଖାର୍କିଭ ସହରରେ ଋଷର ଆକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧୨ ଜଣ ଆହତ ହୋଇଛନ୍ତି।

ଋଷର ସେନା ୟୁକ୍ରେନର ମୁଖ୍ୟ ସହର କିଭର ନିକଟତର ହେଉଛି। ଆଜି କିଭ୍ ର ମେୟର ସୂଚନା ଦେଇଛନ୍ତି ଯେ, ଋଷର ସେନା କିଭ୍ ସହରର ଅତି ନିକଟତର ହେଉଛି। ସୂଚନାଯୋଗ୍ୟଯେ, ମଙ୍ଗଳବାର ଦିନ ଋଷ କିଭର ଏକ ପ୍ରମୁଖ ଟିଭି ଟାୱାରକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ପାଞ୍ଚ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।

ପୁନଶ୍ଚ ସୂଚନାଯୋଗ୍ୟଯେ, ମଙ୍ଗଳବାର ଦିନ ଖାର୍କିଭରେ ଋଷର ଏୟାର ଷ୍ଟ୍ରାଇକ୍ ଦ୍ୱାରା କର୍ଣ୍ଣାଟକର ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଜଣେ ଭାରତୀୟଙ୍କ ମୃତ୍ୟୁର ଏହା ପ୍ରଥମ ଘଟଣା। ଛାତ୍ରଙ୍କ ନାମ ନବୀନ ଏବଂ ସେ ଖାର୍କିଭରେ MBBS ପଢ଼ୁଥିଲେ। ଖାର୍କିଭ ଅଞ୍ଚଳରେ ଏକ ସୋଭିଏତ୍ ଋଷ ଦ୍ୱାରା ଏକ ପ୍ରଶାସନିକ କୋଠା ଉପରେ ହୋଇଥିବା ଆକ୍ରମଣରେ ନବୀନଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.