Home Top News ସମୁଦାୟ ୯୧୦୯୩ଟି ବୁଥ୍‌ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ ଶାନ୍ତିଶୃଙ୍ଖଳାର ସହ ସମାପ୍ତ

ସମୁଦାୟ ୯୧୦୯୩ଟି ବୁଥ୍‌ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ ଶାନ୍ତିଶୃଙ୍ଖଳାର ସହ ସମାପ୍ତ

34

ଭୁବନେଶ୍ୱର ୨-୩ (ଓଡ଼ିଆ ପୁଅ) ସାରା ରାଜ୍ୟରେ ସମୁଦାୟ ୯୧୦୯୩ଟି ବୁଥ୍‌ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି। ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟକ ୭୮.୬୦% ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ। ଯାହାକି ପୂର୍ବବର୍ଷର ନିର୍ବାଚନ ମତଦାନ ହାରଠାରୁ ଅଧିକ। ୨୦୧୭ରେ ୭୮.୦୩%, ୨୦୧୨ରେ ୭୫.୩୦% ଏବଂ ୨୦୦୭ରେ ୭୩% ଭୋଟର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ଅଳ୍ପ କିଛି ସ୍ଥାନରେ ସାମାନ୍ୟ ଘଟଣାକୁ ବାଦ୍ ଦେଲେ ଏହି ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ବ୍ୟବସ୍ଥା ଏବଂ ସୁରକ୍ଷା କର୍ମଚାରୀଙ୍କ ମୁତୟନ ଯୋଗୁଁ ଏହି ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଛି। ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାର, ମତଦାନ ଏବଂ ଭୋଟ୍ ଗଣତି ପ୍ରକ୍ରିୟା ଭଳି କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି। ଜନସାଧାରଣଙ୍କ ବିଶୃଙ୍ଖଳା, ବୈଷୟିକ ଏବଂ ପ୍ରଶାସନିକ ତ୍ରୁଟି ଯୋଗୁଁ ଚଳିତ ନିର୍ବାଚନର ୧୧୪ଟି ବୁଥ୍‌ରେ ପୁଣି ଥରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯାହାକି ପୂର୍ବ ବର୍ଷ ନିର୍ବାଚନ ତୁଳନାରେ ବହୁତ୍ କମ୍। ୨୦୧୭ରେ ୧୩୦, ୨୦୧୨ରେ ୩୦୯, ୨୦୦୭ରେ ୨୨୯ ଏବଂ ୨୦୦୨ରେ ୪୫୩ଟି ବୁଥ୍‌ରେ ପୁନଃ ମତଦାନ ହୋଇଥିଲା।

ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ମତଦାନ ହାରର ପ୍ରତିଶତ ବୃଦ୍ଧି ଘଟି ୭୮.୬୦% ହୋଇଥିଲା। ମାଓ ପ୍ରଭାବିତ ଅଂଚଳ ମାଲକାନଗିରି ଜିଲ୍ଲାସ୍ଥିତ ସ୍ୱାଭିମାନ ଅଂଚଳରେ ମାଓବାଦୀମାନେ ଭୋଟ୍ ବର୍ଜନ କରିବାକୁ ଡାକରା ଦେଇଥିଲେ। ଏହାସତ୍ୱେ ସମ୍ପୃକ୍ତ ଅଂଚଳର ଅଧିବାସୀମାନେ ବିପୁଳ ସଂଖ୍ୟାରେ ମତଦାନ ସାବ୍ୟସ୍ତ କରିଥିଲେ।

ସାରା ରାଜ୍ୟରେ ଭୋଟ ଗଣତି କେନ୍ଦ୍ର ଯଥା ବ୍ଲକ୍ ମୁଖ୍ୟାଳୟରେ ସିସିଟିଭି ଏବଂ ସଂଖ୍ୟାଧିକ ସୁରକ୍ଷା କର୍ମଚାରୀଙ୍କ ମୁତୟନ ଯୋଗୁଁ ଭୋଟ୍ ଗଣତି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।

ଅନ୍ୟପକ୍ଷରେ ରାଜ୍ୟର ବିଭିିନ୍ନ ଥାନାରେ ମୋଟ ୫୧୭୩ଟି ଅବକାରୀ ମାମଲା ରୁଜୁ କରାଯାଇଥିବାବେଳେ ୧୯୪୧ ଜଣ ୱାରେଂଟିଙ୍କୁ ଗିରଫ କରାଯାଇଛି। ୪୧ଟି ବେଆଇନ୍ ମାରଣାସ୍ତ୍ର, ୩କେଜି ୨୬ଗ୍ରାମ ନାର୍କୋଟିକ୍ସ ଡ୍ରଗ୍ସ ନିର୍ବାଚନ ପ୍ରକ୍ରିୟା ସମୟରେ ଜବତ କରାଯାଇଛି।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମେତ ରାଜ୍ୟର ଆଇନ୍ ଓ ଶୃଙ୍ଖଳା, ମାନ୍ୟବର ରାଷ୍ଟ୍ରପତିଙ୍କ ପୁରୀ ଜିଲ୍ଲା ଗସ୍ତ, ପଞ୍ଜାବ ଏବଂ ଉତର ପ୍ରଦେଶ ସାଧାରଣ ନିର୍ବାଚନ ପ୍ରକ୍ରିୟାରେ ରାଜ୍ୟର ସୁରକ୍ଷା କର୍ମଚାରୀ ମୁତୟନ ଏବଂ ମାଓ ଉପଦ୍ରୁତ ଅଂଚଳରେ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏକସଙ୍ଗେ ସମ୍ପନ୍ନ କରାଯାଇଥିଲା। ୮୪ ପ୍ଲାଟୁନ୍‌(୨୮ କମ୍ପାନୀ) ସିଆର୍‌ପିଏଫ୍‌/ବିଏସ୍‌ଏଫ୍‌/ଓଏସ୍‌ଏପି/ଆଇଆର୍‌ବିଏନ୍‌/ଏସ୍‌ଏସ୍‌ବିଏନ୍ ସୁରକ୍ଷା କର୍ମଚାରୀଙ୍କୁ ପଞ୍ଜାବ ଏବଂ ଉତର ପ୍ରଦେଶ ନିର୍ବାଚନ ନିମନ୍ତେ ମୁତୟନ କରାଯାଇଥିଲା। ଏହାବ୍ୟତୀତ ଫେବୃୟାରୀ ୧୯ ଓ ୨୦ ତାରିଖରେ ମାନ୍ୟବର ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ସମୟରେ ମଧ୍ୟ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ମାଓ ଉପଦ୍ରୁତ ଅଂଚଳରେ ପର୍ଯ୍ୟାପ୍ତ ସୁରକ୍ଷା କର୍ମଚାରୀଙ୍କ ମୁତୟନ ଯୋଗୁଁ ନିର୍ବାଚନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.