Home ଓଡ଼ିଶା ଡ଼କାୟତି ଯୋଜନାକୁ ପଣ୍ଡ କଲା କୁମ୍ଭାରପଡ଼ା ପୋଲିସ୍‌

ଡ଼କାୟତି ଯୋଜନାକୁ ପଣ୍ଡ କଲା କୁମ୍ଭାରପଡ଼ା ପୋଲିସ୍‌

28

ପୁରୀ ୧୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଏକ ବଡ଼ ଧରଣର ଡ଼କାୟତି ଯୋଜନାକୁ ପଣ୍ଡ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ୍। ଡ଼କାୟତମାନେ ପୋଲିସ୍ ଉପରକୁ ବୋମା ଫିଙ୍ଗି ଫେରାର ହେବାକୁ ଉଦ୍ଦ୍ୟମ କରୁଥିବା ବେଳେ ପୋଲିସ୍ ୬ଜଣ ଡ଼କାୟତଙ୍କୁ କାବୁ କରିବା ସହ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ତଳମାଳି ସାହିର ରଖହରି ସ୍ୱାଇଁ, ରାମଚଣ୍ଡୀ ସାହି ବାଲି ଉପର ବସ୍ତିର କାବୁ ପ୍ରଧାନ ଓ ବାବୁ ପ୍ରଧାନ, ଲୋକନାଥ ରୋଡ଼୍‌ର ଭାଗିରଥୀ ମାନସିଂ, ବଳିଆପଣ୍ଡା ଥାନା ଝୁମ୍ପୁଡ଼ି ବସ୍ତିର କିଶନ ସାହା, ସଦର ଥାନା ଅର୍ନ୍ତଗତ ନିଳଚକ୍ର ନଗରର ସୟାମତ ଖାନ୍। ସେମାନଙ୍କଠାରୁ ଖଣ୍ଡା, ଅଫୁଟା ବୋମା, ଲୁହା ରଡ଼୍‌, ଟର୍ଚ୍ଚ ଲାଇଟ୍ ଜବତ କରାଯାଇଥିବାବେଳେ, ୩୯୯, ୪୦୨, ୩୫୩, ୩୦୭, ୨୫/୨୭ ଆର୍ମସ୍ ଆଇନ୍ ୩ ଓ ୪ ଧାରାରେ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.