Home ଓଡ଼ିଶା ଅନୁଷ୍କାଙ୍କୁ ପ୍ରଶଂସାରେ ପୋତିଲେ ବିରାଟ

ଅନୁଷ୍କାଙ୍କୁ ପ୍ରଶଂସାରେ ପୋତିଲେ ବିରାଟ

318

ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ନିକଟରେ ବିରାଟ କୋହଲି ୱେଷ୍ଟଣ୍ଡିଜ ଟିମର ପୂର୍ବତନ ଅଧିନାୟକ ଭିଭି ରିଚାର୍ଡଙ୍କ ଇଣ୍ଟରଭ୍ୟୁ ନେଇଥିଲେ। ଏହି କଥାବାର୍ତ୍ତାର ପ୍ରଥମ ଭିଡିଓ ଜାରି ହେବା ପରେ ଏବେ ବିସିସିଆଇ ଏହାର ଦ୍ୱିତୀୟ ଭିଡିଓ ଜାରି କରିଛି। ପାଖାପାଖି ୪ ମିନିଟର ଏହି ଭିଡିଓରେ ବିରାଟ ଖେଳ ଛଡା ନିଜ ପତ୍ନୀ ଅନୁଷ୍କାଙ୍କ ବିଷୟରେ ଗୁଣଗାନ କରିଛନ୍ତି। ଏହି ସାକ୍ଷାତକାରରେ ପ୍ରଥମେ ଭିଭି ଦୁହିଁଙ୍କ ବିବାହ ବିଷୟରେ ପଚାରିବାରୁ ବିରାଟ ନିଜ ପତ୍ନୀଙ୍କ ପ୍ରଶଂସା ନ କରି ରହିପାରିନଥିଲେ। ବିରାଟଙ୍କ କହିବାନୁଯାୟୀ, ଅନୁଷ୍କା ହିଁ ତାଙ୍କୁ ସଠିକ ମାର୍ଗଦର୍ଶନ କରିଥାନ୍ତି। ଅନୁଷ୍କାଙ୍କୁ ନିଜ ଜୀବନର ବହୁତ ବଡ ଉପହାର ବୋଲି ବିରାଟ ମାନନ୍ତି। ବିରାଟଙ୍କ ଏହି ଉତ୍ତର ଅନୁଷ୍କାଙ୍କ ହୃଦୟ ଜିଣିନେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.