Home Top News ହୋଲି ଖେଳ ହେଲା କାଳ, ମହାନଦୀରେ ବୁଡ଼ି ଯୁବକ ମୃତ

ହୋଲି ଖେଳ ହେଲା କାଳ, ମହାନଦୀରେ ବୁଡ଼ି ଯୁବକ ମୃତ

70

କଟକ, ୧୯/୩ (ଓଡ଼ିଆ ପୁଅ/ ଅଭୟ ଜେନା) ହୋଲି ଖେଳ ହେଲା କାଳ। କଟକ ବିରିବାଟୀ ଅଞ୍ଚଳର ଜଣେ ଯୁବକ ମହାନଦୀରେ ବୁଡ଼ି ମୃତ। ଯୁବକ ଜଣକ ନାଁ ଅଭିଜିତ ବାରିକ। ଅଭିଜିତ ଓ ତାଙ୍କର ୩ ଜଣ ସାଙ୍ଗ ହୋଲି ଖେଳିବା ପରେ ମହାନଦୀ ନିମେଇଷାପୁର ନୂଆଁ କୋରୁଆଁ ଘାଟରେ ଗାଧୋଉଥିବା ବେଳେ ଅଭିଜିତ ନଦୀ ସୂଅରେ ଭାସି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.