Home Top News ବମ୍ବେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି : ‘ଯେପର୍ଯ୍ୟନ୍ତ ପିତାମାତା ଜୀବିତ ଅଛନ୍ତି, ସମ୍ପତ୍ତି ଉପରେ ପୁଅର...

ବମ୍ବେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି : ‘ଯେପର୍ଯ୍ୟନ୍ତ ପିତାମାତା ଜୀବିତ ଅଛନ୍ତି, ସମ୍ପତ୍ତି ଉପରେ ପୁଅର କୌଣସି ଅଧିକାର ନାହିଁ’

104

ମୁମ୍ବାଇ ୧୯-୩ (ଓଡ଼ିଆ ପୁଅ) ବମ୍ବେ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ, ଯେପର୍ଯ୍ୟନ୍ତ ପିତାମାତା ବଞ୍ଚିଛନ୍ତି, ପିଲାମାନଙ୍କର ସମ୍ପତ୍ତି ଉପରେ କୌଣସି ଅଧିକାର ନାହିଁ। ଏହି କ୍ରମରେ କୋର୍ଟ ସ୍ୱାମୀଙ୍କ ସମ୍ପତ୍ତି ବିକ୍ରୟ କରିବାକୁ ଚାହୁଁଥିବା ଜଣେ ମା’ଙ୍କର ଆବେଦନ ଉପରେ କୋର୍ଟ ତାଙ୍କ ପୁଅକୁ ରାୟ ଶୁଣାଇଛନ୍ତି ଏବଂ ମହିଳାଙ୍କୁ (ମା’) ଙ୍କୁ ସ୍ୱାମୀଙ୍କପ ସମ୍ପତ୍ତି ବିକ୍ରି କରିବା ପାଇଁ ଅନୁମତି ଦେଇଛନ୍ତି।

ପିତାମାତାଙ୍କ ସମ୍ପତ୍ତି ଏବଂ ପୁଅର ଅଧିକାର କେତେବେଳେ?

ବାସ୍ତବରେ, ଆବେଦନକାରୀ ସୋନିଆ ଖାନ ତାଙ୍କ ସ୍ୱାମୀଙ୍କ ସମସ୍ତ ସମ୍ପତ୍ତିର ଆଇନଗତ ଅଭିଭାବକ ହେବାକୁ ଚାହୁଁଥିଲେ। ତାଙ୍କ ସ୍ୱାମୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ସୋନିଆଙ୍କ ପୁଅ ଆସିଫ ଖାନ ତାଙ୍କ ମା’ଙ୍କ ଆବେଦନ ସହ ସହମତ ନଥିଲେ। ତାଙ୍କ ପିତାଙ୍କ ଫ୍ଲାଟ ବିକ୍ରି ହେବା ଉଚିତ ବୋଲି ମା’ ଚିନ୍ତା କରୁଥିବା ବେଳେ ତାଙ୍କର ପୁଅ ଏହାକୁ ବିରୋଧ କରୁଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ପକ୍ଷରୁ କୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ବମ୍ବେ ହାଇକୋର୍ଟ ମାଆଙ୍କୁ ସମର୍ଥନ କରି ପୁଅକୁ ବଡ ଝଟକା ଦେଇଛନ୍ତି। ଏହି ରାୟ ଶୁଣାଣି ସମୟରେ କୋର୍ଟଙ୍କ ଦ୍ୱାରା ଅନେକ କଠିନ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା।

ସୂଚନା ଯୋଗ୍ୟଯେ, ଆସିଫଙ୍କ ଅନୁଯାୟୀ, ସେ ତାଙ୍କ ପିତାଙ୍କ ସମ୍ପତ୍ତିର ଆଇନଗତ ଅଭିଭାବକ ଅଟନ୍ତି। ତାଙ୍କ ପିତାମାତାଙ୍କର ଦୁଇଟି ଫ୍ଲାଟ ଅଛି ବୋଲି ଜୋର ଦିଆଯାଇଛି। ଗୋଟିଏ ହେଉଛି ମାତାଙ୍କ ନାମରେ ଏବଂ ଅନ୍ୟଟି ପିତାଙ୍କ ନାମରେ। ଏହା ମଧ୍ୟ କୁହାଯାଇଥିଲା ଯେ ଉଭୟ ଫ୍ଲାଟ ଅଂଶୀଦାରୀ ପରିବାରର ଶ୍ରେଣୀ ଅଧୀନରେ ଅଛି, ତେଣୁ ଆସିଫଙ୍କର ଉକ୍ତ ଫ୍ଲାଟ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି।

କୋର୍ଟଙ୍କର ନିଷ୍ପତ୍ତି

ତେବେ ଆସିଫଙ୍କର ବର୍ତ୍ତମାନ ଏହି ଦାବିକୁ ବମ୍ବେ ହାଇକୋର୍ଟ ଖୋଲାଖୋଲି ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ ଗୌତମ ପଟେଲ ଏବଂ ଜଷ୍ଟିସ ମାଧବ ଜାମଦାରଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏପର୍ଯ୍ୟନ୍ତ ତାଙ୍କ ପିତାଙ୍କ ଯତ୍ନ ନେବାର ପ୍ରମାଣ ପାଇଁ ଆସିଫଙ୍କ ଦ୍ୱାରା କୌଣସି ଡକ୍ୟୁମେଣ୍ଟ କିମ୍ବା ଦାୟୀତ୍ତ୍ୱ ପ୍ରସ୍ତୁତ କରାଯାଇ ନାହିଁ। ଆସିଫଙ୍କ ସମସ୍ତ ଦାବିକୁ ନେଇ ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତିଯେ, ଉତ୍ତରାଧିକାର ଆଇନରେ ଏହା କୌଣସି ସ୍ଥାନରେ ଲେଖାଯାଇ ନାହିଁ ଯେ, ପର୍ଯ୍ୟନ୍ତ ପିତାମାତା ବଞ୍ଚିଛନ୍ତି, ସେ ମଧ୍ୟରେ ପିଲାମାନେ ସେମାନଙ୍କର ସମ୍ପତ୍ତିକୁ ଦାବି କରିପାରିବେ।

ଉଲ୍ଲେଖଥାଉ କି, ଯୁକ୍ତିରେ ଏହା ଆସିଫଙ୍କ ତରଫରୁ ମଧ୍ୟ କୁହାଯାଇଥିଲା ଯେ ତାଙ୍କ ମାଙ୍କର ଅନ୍ୟ ବିକଳ୍ପ ମାଧ୍ୟମ ଉପଲବ୍ଧ ଅଛି, ତେଣୁ ଫ୍ଲାଟ ବିକ୍ରି କରିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ କୋର୍ଟ ଏହାକୁ ଖଣ୍ଡନ କରିଛନ୍ତି। କୁହାଯାଇଛି ଯେ ଆସିଫ୍ କେଉଁ ପ୍ରକାରର ପ୍ରକୃତିର ତାହା କହିବା ପାଇଁ ଏହି ଯୁକ୍ତି ଯଥେଷ୍ଟ। ତାଙ୍କର କୁତ୍ସିତ ମନୋଭାବ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଆସିଫଙ୍କ ମା’ଙ୍କୁ କୋର୍ଟ ଆଶ୍ୱସ୍ତି ପ୍ରଦାନ କରି ତାଙ୍କ ସ୍ୱାମୀଙ୍କ ସମ୍ପତ୍ତି ବିକ୍ରୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.