Home ଜିଲ୍ଲା ପରିକ୍ରମା ହେରିଟେଜ ରାଇଡରେ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ସାମିଲ

ହେରିଟେଜ ରାଇଡରେ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ସାମିଲ

18

ପୁରୀ ୧୬ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ହେରିଟେଜ ରାଇଡରେ ହାଇଦ୍ରାବାଦସ୍ଥିତ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ସାମିଲ ହୋଇଛନ୍ତି। ଆଜି ଅପରାହ୍ନରେ ବାଣିଜ୍ୟିକ ରାଷ୍ଟ୍ରଦୂତ (କନସଲ ଜେନେରାଲ) ଜୋଏଲ ରିଫମ୍ୟାନଙ୍କ ନେତୃତ୍ବରେ ଆସିଥିବା ପ୍ରତିନିଧି ମଣ୍ତଳୀ ଗଲ୍ଫକାର୍ଟ ମାଧ୍ୟମରେ ହେରିଟେଜ ରାଇଡରେ ସାମିଲ ହୋଇ ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଥିଲେ। ସେମାନେ ପ୍ରଥମେ ତୋଟା ଗୋପିନାଥ, ଜମ୍ବେଶ୍ବର ମନ୍ଦିର, ହରଚଣ୍ତି ସାହିସ୍ଥିତ ଭାରତ ଯୋଗ କେନ୍ଦ୍ର ବୁଲି ଦେଖିଥିଲେ। ସେଠାରେ ଶ୍ରୀ ରମାବଲ୍ଲଭ ମହାପାତ୍ର ଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଜଗନ୍ନାଥ ମନ୍ଦିର ବେଢା ପରିକ୍ରମା, ଶ୍ବେତଗଙ୍ଗା ପୁଷ୍କରିଣୀ ବୁଲି ଦେଖିବା ସହ ଜିୟରସ୍ବାମୀ ମଠରେ ବେଦପାଠ ଶୁଣିଥିଲେ। ମଣିକର୍ଣ୍ଣିକା ସାହି ଓ ହରଚଣ୍ତି ସାହି ମଧ୍ୟଦେଇ ଯିବା ବେଳେ ପ୍ରାଚୀନ ପରମ୍ପରା ଓ ପୁରାତନ ନିର୍ମାଣ ଶୈଳୀ ଦେଖି ସେମାନେ ଖୁସିବ୍ୟକ୍ତ କରିଥିଲେ। ସେମାନଙ୍କୁ ଶ୍ରୀ ହରେକୃଷ୍ଣ ଖୁଣ୍ଟିଆ ଫୁଲତୋଡା ଓ ଉପଢୌକନ ଦେଇ ସ୍ବାଗତ କରିଥିବା ବେଳେ ଶ୍ରୀ ଚନ୍ଦନ ଖୁଣ୍ଟିଆ ପ୍ରାୟ ୧୫୦ ତଳର ଯାତ୍ରୀ ଖାତା ଦେଖାଇ ତୀର୍ଥଯାତ୍ରା ସମ୍ବନ୍ଧରେ ଅବଗତ କରାଇଥିଲେ। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜକାନ୍ତ ପ୍ରଧାନ, ଇକୋ ଟ୍ୟୁରିଜିମ ଫାଉଣ୍ଡେସନ ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ଶ୍ରୀ ନଟବର ସାହୁ, ବେୟାରଫୁଟର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.