Home ଓଡ଼ିଶା ଜାମିନବିହୀନ ପରୱାନା (ଏନ୍‌ବିଡବ୍ଲ୍ୟୁ) ବିରୋଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ୩୪୮୮ ଅପରାଧୀଙ୍କୁ ଗିରଫ କଲା...

ଜାମିନବିହୀନ ପରୱାନା (ଏନ୍‌ବିଡବ୍ଲ୍ୟୁ) ବିରୋଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ୩୪୮୮ ଅପରାଧୀଙ୍କୁ ଗିରଫ କଲା ପୋଲିସ

28

ଭୁବନେଶ୍ୱର ୧୬ -୧୧ (ଓଡ଼ିଆ ପୁଅ) ଚଳିତ ସପ୍ତାହରେ ୫ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପୋଲିସ ତରଫରୁ ଜାମିନ ବିହୀନ ପରୱାନା (ଏନ୍‌ବିଡବ୍ଲ୍ୟୁ) ବିରୋଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଥିଲା। ଦୀର୍ଘ ଦିନ ଧରି ଅପରାଧ ଘଟାଇ ଆତ୍ମଗୋପନ କରିଥିବା ଅଥବା କୋର୍ଟଙ୍କ ନିର୍ଦ୍ଦେଶକୁ ଭ୍ରୁକ୍ଷେପ କରୁନଥିବ ଅପରାଧିଙ୍କ ବିରୋଧରେ ଏହି ସ୍ୱତନ୍ତ୍ର ଡ୍ରାଇଭ କାର୍ଯ୍ୟ କରୁଥିଲା। ଜେନେରାଲ ରେଜିଷ୍ଟର (ଜି.ଆର) ଏବଂ ସେସନ ଟ୍ରାଏଲ (ଏସ.ଟି) ମାମଲାରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ପୋଲିସ ପକ୍ଷରୁ ଟାର୍ଗେଟ୍‌ କରାଯାଇଥିଲା। ସମୁଦାୟ ୩୪୮୮ ୱାରେଂଟିଙ୍କୁ ପୋଲିସ ଗିରଫ କରୁଛି। ସେଥିମଧ୍ୟରୁ ୨୩୯୨ ଜଣଙ୍କୁ ଜେନେରାଲ ରେଜିଷ୍ଟର (ଜି.ଆର୍‌), ୪୦୦ ଜଣଙ୍କୁ ସେସନ୍‌ ଟ୍ରାଏଲ (ଏସ.ଟି) ଏବଂ ୬୯୬ ଜଣଙ୍କୁ ଅନ୍ୟ ମାମଲାରେ ଗିରଫ ଏବଂ କୋର୍ଟଚାଲାଣ କରାଯାଇଛି। ଏକ ସପ୍ତାହ ମଧ୍ୟରେ ଏତେ ସଂଖ୍ୟକ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସର ଫଳାଫଳ ବେଶ ଭଲ ରହିଛି ଏବଂ ସେଥିପାଇଁ ସମସ୍ତ ଜିଲ୍ଲାର ଏସ୍‌ପିଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀଙ୍କୁ ପୋଲିସ ମହନିର୍ଦ୍ଦେଶକ ଶ୍ରୀ ଅଭୟ ସାଧୁବାଦ ଜଣାଇଛନ୍ତି। ସମସ୍ତ ଜିଲ୍ଲା ପୋଲିସ ଏହି ଡ୍ରାଇଭରେ ଆଶାଜନକ ଫଳ ପ୍ରଦର୍ଶନ କରିଥିବାବେଳେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୫୯୨, ଗଞ୍ଜାମ ଜିଲ୍ଲାରୁ ୫୫୧ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୫୧୬ ଜଣ ଅପରାଧିଙ୍କୁ ଗିରଫ କରାଯାଇଛି। ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶା ପୋଲିସ ସଦା ସର୍ବାଦା ପ୍ରତିଶୃତିବଦ୍ଧ ରହିଛି ବୋଲି ଡିଜିପି ଶ୍ରୀ ଅଭୟ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.