Home ଜିଲ୍ଲା ପରିକ୍ରମା ହେଉନି ବର୍ଷାଜଳ ନିଷ୍କାସନ, ସରସଦା ମାସ୍ତାନିସାହି ଜଳବନ୍ଦୀ

ହେଉନି ବର୍ଷାଜଳ ନିଷ୍କାସନ, ସରସଦା ମାସ୍ତାନିସାହି ଜଳବନ୍ଦୀ

14

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ମାସ୍ତାନି ସାହିର ୧୨ ପରିବାର ଜଳବନ୍ଦୀ ହୋଇଛି । ଏହି ସାହିରୁ ବର୍ଷାଜଳ ନିଷ୍କାସିତ ହୋଇନପାରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଥିଯୋଗୁଁ ସାହିର ରାସ୍ତା ଉପରେ ୨ ଫୁଟ ଉଚ୍ଚତାର ବର୍ଷାଜଳ ଗତ ୬ ଦିନ ଧରି ଜମି ରହିଛି । ଫଳରେ ଯାତାୟତରେ ଅସୁବିଧା ହେବା ସହ ଉଭୟ ପାଶ୍ୱର୍ର କଚାଘର ପ୍ରତି ବିପଦ ସୃଷ୍ଟି ହୋଇଛି । ପୂର୍ବ ବର୍ଷ ଠାରୁ ଚଳିତ ବର୍ଷ ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି ବୋଲି ବାସିନ୍ଦାମାନେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ବିଭିନ୍ନ ସମୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ପ୍ରତିକାର କରାଯାଇନାହିଁ । ରାସ୍ତା ପାଶ୍ୱର୍ରେ ଜଳନିଷ୍କାସନ ନାଳ ନାହିଁ । ଜବରଦଖଲ କାରଣରୁ ଡ୍ରେନ ନିର୍ମାଣ କରାଯାଇ ନାହିଁ । ବର୍ଷାଜଳ ନିଷ୍କାସନ ନହେବାର ଏହା ହିଁ ମୁଖ୍ୟ କାରଣ ବୋଲି ସ୍ଥାନୀୟ ବ୍ୟକ୍ତବିଶେଷ ମତ ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଏଥିନେଇ ପ୍ରଦକ୍ଷେପ ଗ୍ରହଣ କରିବାକୁ ସାହି ବାସିନ୍ଦାଙ୍କ ପକ୍ଷରୁ ପ୍ରଶାସନକୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.