Home ଅନୁଗୁଳ ହେଁସମୂଳ ତଳସାହିର ଖଣି କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଓ ଥଇଥାନ ଦାବି ନେଇ ଦାବିପତ୍ର

ହେଁସମୂଳ ତଳସାହିର ଖଣି କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଓ ଥଇଥାନ ଦାବି ନେଇ ଦାବିପତ୍ର

48

ତାଳଚେର, ୧୭/୮ (ଓଡ଼ିଆ ପୁଅ/ଅଜିତ୍‌ ବେହେରା) : ତାଳଚେର ବ୍ଲକ ହେଁସମୂଳ ଗ୍ରାମ ତଳସାହିର ଖଣି କ୍ଷତିଗ୍ରସ୍ତ ପ୍ରଜାଙ୍କୁ କୋଇଲା ଖଣିରେ ନିଯୁକ୍ତି ଓ ଥଇଥାନ ଦାବି ନେଇ ଗ୍ରାମ୍ୟ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସରପଂଚ ସୁମିତ୍ରା ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା ଉଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗ୍ରାମର ବଳକା ନିଯୁକ୍ତି ଦାବି ନେଇ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ। ୨୦୦୬ ପଲିସି ଅନୁଯାୟୀ କୋଇଲା ଖଣିରେ ଜମି ହରାଇଥିବା ଗ୍ରାମର ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ନିଯୁକ୍ତି ଓ ଥଇଥାନ କରାଯିବାର ନିୟମ ଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ତଳସାହିର ବଳକା ଥିବା ୬୨ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଦେଇ ନାହାନ୍ତି। ଏ ବିଷୟରେ ଖଣି କର୍ତ୍ତୃପକ୍ଷ ଏବଂ ପ୍ରଶାସନକୁ ଜଣାଇବା ପରେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଇ ନାହିଁ। ଯେଉଁ ବର୍ଷ ଗ୍ରାମବାସୀଙ୍କୁ ବିସ୍ଥାପିତ କରାଯିବ ସେହି ବର୍ଷ ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ ବର୍ଷ ହୋଇଥିବ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଅଛି। ଏହି ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ଜଗନ୍ନାଥ ଓ ଲିଙ୍ଗରାଜ କୋଇଲାଖଣିକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଜିର ଏହି ଦାବିପତ୍ର ପ୍ରଦାନ ବେଳେ ରୁନୁବାଳା ବିଶ୍ୱାଳ, ମମତା ସାହୁ, ସମାଜସେବୀ ସଞ୍ଜୟ ଜାଲ, କବିତା ବିଶ୍ୱାଳ, ଅବିନାଶ ବିଶ୍ୱାଳ, ଅମିତ ସାହୁ, ସୌମ୍ୟ ରଞ୍ଜନ ବେହେରାଙ୍କ ସମେତ ଗ୍ରାମର ମହିଳା ଓ ପୁରୁଷ ଉପସ୍ଥିିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.