Home ଓଡ଼ିଶା ବନ୍ୟା ସମୟରେ ରାଜ୍ୟ ସରକାରଙ୍କ ଅବହେଳା ସାମ୍ନାକୁ ଆସିଛି : ସମୀର ମହାନ୍ତି

ବନ୍ୟା ସମୟରେ ରାଜ୍ୟ ସରକାରଙ୍କ ଅବହେଳା ସାମ୍ନାକୁ ଆସିଛି : ସମୀର ମହାନ୍ତି

49

– ବନ୍ୟା ପ୍ରଭାବିତ ଅଂଚଳର ଲୋକଙ୍କ ପାଖରେ ପହଂଚି ସାହାଯ୍ୟ ସହଯୋଗ କରିବା ପାଇଁ ଭାଜପା କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ
– ନଦୀବନ୍ଧ ସୁରକ୍ଷା ନେଇ ଗତ ୩ ବର୍ଷ ହେବ କୈାଣସି ସମୀକ୍ଷା ବୈଠକ କରାଯାଇନାହିଁ
– କେବଳ ବୈଠକ, ନିର୍ଦ୍ଦେଶ ଓ ନୋଟିସରେ ସୀମିତ ରାଜ୍ୟ ସରକାର
– ମହାନଦୀକୁ ସଂପୂର୍ଣ୍ଣ ଅଣଦେଖା କରିଛନ୍ତି ରାଜ୍ୟ ସରକାର
– ହୀରାକୁଦ ବନ୍ଦର ଜଳ ପରିଚାଳନା ପାଇଁ ଥିବା ‘କର୍ଭ୍ କୋର୍ଡ’ କୁ ୩୮ବର୍ଷ ଭିତରେ କୈାଣସି ସଂଶୋଧନ କରାଯାଇ ନାହିଁ
– ବନ୍ୟା ପ୍ରଭାବିତଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଯୁବପିଢୀ ଆଗେଇ ଆସନ୍ତୁ
ଭୁବନେଶ୍ୱର ୧୭/୦୮ (ଓଡ଼ିଆ ପୁଅ) : ଓଡ଼ିଶା ଏକ ନଦ ନଦୀ ବହୁଳ ବନ୍ୟା ପ୍ରଭାବିତ ରାଜ୍ୟ। ଏନେଇ ଓଡ଼ିଶାରେ କେତେବେଳେ ବର୍ଷା ହୋଇ ନଦୀ ବଢ଼ିବ ତାହାର କୌଣସି ଠିକଣା ନଥାଏ। ରାଜ୍ୟ ସରକାର ବନ୍ୟା ଜଳ ପରିଚାଳନା ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ଜନସାଧାରଣଙ୍କ ଜୀବନ ବିପଦରେ। ବନ୍ୟା ସମୟରେ ରାଜ୍ୟ ସରକାରଙ୍କ ଅବହେଳା ସାମ୍ନାକୁ ଆସିଛି। ରାଜ୍ୟର ୧୨ରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହେଉଥିବା ଏସଆରସି ରିପୋର୍ଟ ଦେଇଛନ୍ତି। ବନ୍ୟା ଜଳ ପ୍ରଭାବରେ ରାଜ୍ୟର ପ୍ରାୟ ୩୦୦ଶହରୁ ଊର୍ଦ୍ଧ୍ୱ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ସହ ୧୦ଟି ଜିଲ୍ଲାର ୩୯ଟି ବ୍ଲକ ଓ ୩୬୯ ଗ୍ରାମ ପଂଚାୟତର ୧୩୬୫ରୁ ଊର୍ଦ୍ଧ୍ୱ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ବନ୍ୟା ଜଳରେ ୨ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିଲାବେଳେ ୩୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି। ରାଜ୍ୟରେ ବନ୍ୟା ପରିସ୍ଥିତିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିବାବେଳେ ଲୋକେ ନିଜ ନିଜ ଘର ପରିବାର ଓ ଅଂଚଳକୁ ବଂଚେଇବା ପାଇଁ ବ୍ୟକ୍ତିଗତ ସ୍ତରରେ ମେଳି ହୋଇ ଉଦ୍ଧାର କାର୍ଯ୍ୟ ଓ ବନ୍ଧ ମରାମତିରେ ଲାଗିଛନ୍ତି। ଜନସାଧାରଣ ଏକାଠି ହୋଇ ନିଜ ଗାଁରେ ବଂଚାଇବା କାର୍ଯ୍ୟ କରୁଥିବାବେଳେ ରାଜ୍ୟ ସରକାର କେବଳ ପ୍ରଚାର ଏବଂ ନୋଟିସ୍ ଜାରି କରିବାରେ ବ୍ୟସ୍ତ ଅଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟରେ ଜଳ ନୀତି ଥାଇ ମଧ୍ୟ ନିୟମିତ କାର୍ଯ୍ୟକାରୀ କରୁନାହାନ୍ତି ରାଜ୍ୟ ସରକାର। ପ୍ରତିବର୍ଷ ଜଳ ପରିଚାଳନା, ଜଳ ନିଷ୍କାସନ ଓ ନଦୀ ବନ୍ଧ ବାଡ ସୁରକ୍ଷା ପ୍ରସଙ୍ଗରେ ସମୀକ୍ଷା ତଥା ଆକଳନ ହେବାର ଆବଶ୍ୟକତା ଥିଲା ବେଳେ ରାଜ୍ୟ ସରକାର ଗତ ୩ବର୍ଷ ଧରି ସେତି ପ୍ରତି ଧ୍ୟାନ ନଦେଇ ଚିରନିଦ୍ରାରେ ଶୋଇପଡ଼ୁଛନ୍ତି, ଯାହାର ପରିଣାମ ରାଜ୍ୟବାସୀ ଭୋଗୁଛନ୍ତି। ରାଜ୍ୟ ସରକାର ନଦୀ ବନ୍ଧବାଡର ସ୍ଥିତି ନେଇ ଆକଳନ କରୁନାହାନ୍ତି ଫଳରେ ନଦୀ ବନ୍ଧମାନଙ୍କରେ ମୂଷାଗାତ ସୃଷ୍ଟିହୋଇ ଘାଇରେ ପରିଣତ ହୋଇଛି। ରାଜ୍ୟ ସରକାର ବର୍ଷାଦିନ ପୂର୍ବରୁ ଦୁର୍ବଳ ବନ୍ଧର ସମୀକ୍ଷା କରିଥିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ କେନ୍ଦୁଝର ପ୍ରଭୃତି ଜିଲ୍ଲାର ବିଭିନ୍ନ ଅଂଚଳ ବନ୍ୟା ପ୍ରଭାବିତ ହୋଇଛି। ସେହିପରି ରାଜଧାନୀ ଭୁବନେଶ୍ୱର, କଟକ, ସମ୍ବଲପୁର ଭଳି ପ୍ରମୁଖ ସହରରେ ଅନେକ ତଳି ଅଂଚଳରେ ବର୍ଷା ଜଳ ପଶି ଲୋକେ ହନ୍ତସନ୍ତ ହେବା ସହ ଖାଇବାକୁ ପାଉନାହାନ୍ତି। ଏନେଇ ବନ୍ୟା ପ୍ଳାବିତ ଜନସାଧାରଣଙ୍କୁ ବିଜେପିର କାର୍ଯ୍ୟକର୍ତା ନିଷ୍ଠାର ସହ ଆଗେଇ ଆସି ଉଦ୍ଧାର କାର୍ଯ୍ୟ, ରିଲିଫ କାର୍ଯ୍ୟ ସହ ଜଳ ବନ୍ଧୀରେ ଥିବା ଲୋକଙ୍କ ପାଖରେ ପଂହଚିବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି।

ଜଳବାୟୁ ପରିବର୍ତ୍ତନ, ଗୋବ୍ଲାଲ ୱାରର୍ମିଙ୍ଗ୍‌, ଅଦିନିଆ ବନ୍ୟା ବାତ୍ୟା ପରିସ୍ଥିତିକୁ ନେଇ ପ୍ରତି ୧୦ବର୍ଷରେ ‘କର୍ଭ କୋର୍ଡ’ର ସଂଶୋଧନ ହେବା କଥା କିନ୍ତୁ ୨୨ବର୍ଷର ସରକାର ନିଦ୍ରାରେ ଶୋଇଛନ୍ତି। ଫଳରେ ପ୍ରତିବର୍ଷ ବନ୍ୟାରେ ଶହ ଶହ ଗାଁ ଜଳମଗ୍ନ ହେଉଛି। ନଦୀବନ୍ଦ ମରାମତି ନାଁରେ ପ୍ରତିବର୍ଷ କୋଟି କୋଟି ଟଙ୍କାର ମିଛ ବିଲ୍ ପ୍ରସ୍ତୁତ କରାଯାଇ ଆତ୍ମସାତ କରାଯାଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ହୀରାକୁଦ ବନ୍ଧର ଜଳ ପରିଚାଳନା ପାଇଁ ୧୯୬୨ ମସିହାରେ ଏକ ‘କର୍ଭ୍ କୋର୍ଡ’ ପ୍ରସ୍ତୁତ କରାଯାଇଥିଲା। ଯାହାକୁ ପରବର୍ତ୍ତୀ ସମୟରେ ୧୯୮୪ ମସିହାରେ ଦ୍ୱିତୀୟ ଥର ପାଇଁ ସଂଶୋଧନ କରାଯାଇଥିଲା। ଏ ଭିତରେ ୩୮ବର୍ଷ ବିତିଗଲାଣି ଅଥଚ ‘କର୍ଭ କୋର୍ଡ’ର ସଂଶୋଧନ କରଯାଇନାହିଁ। ଯାହାଫଳର ଜଳ ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେଉଛି। ମହାନଦୀ ଉଚ୍ଛୁଳିବାରୁ ଶାଖା ନଦୀଗୁଡ଼ିକର ସ୍ଥିତି ଅସମ୍ଭାଳ ହୋଇଛି ଏବଂ ନଦୀ ବନ୍ଦ ଅତଡା ଖସିବା ସହ ସାଧାରଣ ଲୋକଙ୍କ ଘରେ ପାଣି ପଶିଯାଇଛି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା ନଦୀ ବିପଦ ମୁହାଁ। ବନ୍ୟା ପ୍ରଭାବିତଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ବିଜେପି କାର୍ଯ୍ୟକର୍ତାମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି ଏବଂ ଏହି କାର୍ଯ୍ୟରେ ସାମିଲ ହେବା ପାଇଁ ଯୁବପୀଢିକୁ ଆଗେଇ ଆସିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.