Home କୋରାପୁଟ ହୃଦଘାତରେ ବସ ଡ୍ରାଇଭରଙ୍କ ମୃତ୍ୟୁ,ଅଳ୍ପକେ ବର୍ତିଲେ ଯାତ୍ରୀ

ହୃଦଘାତରେ ବସ ଡ୍ରାଇଭରଙ୍କ ମୃତ୍ୟୁ,ଅଳ୍ପକେ ବର୍ତିଲେ ଯାତ୍ରୀ

163

କୋରାପୁଟ ୨୩-୦୯ (ଓଡିଆ ପୁଅ/ରଂଜନ କୁମାର ଦାସ) ରବିବାର ରାତିରେ ଭୂବନେଶ୍ୱରରୁ ଦାମନଯୋଡି ଆସୁଥିବା  ରିଲାଏନ୍ସ ବସର  ଡ୍ରାଇଭର ଯୋଗୀ ସେଠି (୫୦) ହୃଦଘାତରେ  ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ  ଆନ୍ଧ୍ର ପ୍ରଦେଶର ଟେକିଲି  ନିକଟରେ ବସ ଚଳାଉଥିବା ଯୋଗୀ ସେଠିଙ୍କର ଅଚାନକ ଛାତିରେ  ଭୀଷଣ ଯନ୍ତ୍ରଣା ହୋଇଥିଲା । ଅସହ୍ୟ ଯନ୍ତ୍ରଣା ହେତୁ ସେ ଚଳନ୍ତା ବସକୁ ରାସ୍ତା କଡରେ ଛିଡା କରିଥିଲେ । ବସର କଣ୍ଡକ୍ଟର ଓ ଅନ୍ୟମାନେ ଯୋଗୀଙ୍କୁ  ଟେକିଲି ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର  ସେଠାରେ ମୃତ ଘୋଷଣା କରିଥିଲେ ।  ମୃତ୍ୟୁ ପୂର୍ବରୁ ବସ  ଅଟକି ଯାଇଥିବାରୁ ଅନେକ ଯାତ୍ରୀଙ୍କ ଜୀବନ  ବଂଚି ଯାଇଥିଲା । ମୃତ ବସ ଡ୍ରାଇଭରଙ୍କର ନିଜ ଘର ଗଂଜାମ ଜିଲ୍ଲା ଭଂଜନଗର ଅଂଚଳରେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.