Home କୋରାପୁଟ ଠକାମିର ଶିକାର କୋରାପୁଟର ଯୁବକ ; ୨୫ଲକ୍ଷର ଲୋଭ ଦେଖାଇ ୩ଲକ୍ଷ ହଡପ

ଠକାମିର ଶିକାର କୋରାପୁଟର ଯୁବକ ; ୨୫ଲକ୍ଷର ଲୋଭ ଦେଖାଇ ୩ଲକ୍ଷ ହଡପ

151

କୋରାପୁଟ ୨୩-୦୯(ଓଡିଆ ପୁଅ/ରଂଜନ କୁମାର ଦାସ) ୨୫ଲକ୍ଷ ଟଙ୍କା ଲଟେରୀ ଫୁଟିଛି,ସରକାରୀ ଟ୍ୟାକ୍ସ୍ ଓ ସର୍ଭିସ୍ ଦେୟ ପୈଠ ପରେ ଲଟେରୀ ଟଙ୍କା ତୁମ ଆକାଉଇଂଟକୁ ପଠାଇ ଦିଆଯିବ ବୋଲି ଫୋନକଲ ପାଇ ୨୫ ଲକ୍ଷ ପାଇବା ଲୋଭରେ କୋରାପୁଟ  ଜିଲାର ଜଣେ ଯୁବକ  ପର୍ଯ୍ୟାୟ କ୍ରମେ ୩ ଲକ୍ଷ ୧୫ ହଜାର ଟଙ୍କା  ଫୋନ କଲରଙ୍କ ଆକାଉଂଟକୁ ପଠାଇଏବେ ସର୍ବଶାନ୍ତ ହେବା ଖବର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି । ଗତ ମାସ ୩୧ ତାରିଖରେ କୋରାପୁଟ  ଜିଲା ଦାମନଯୋଡି ନିକସ୍ଥ ଚଂପାପଦର ଗ୍ରାମର  ଭୀମସେନ ଗୌଡଙ୍କୁ ଏକ ଅଜଣା ନମ୍ବରରୁ ଫୋନକଲ ଆସିଥିଲା । କଲର ଜଣକ ନିଜକୁ ରାଣା ପ୍ରତାପ ସିଂହ ଓ ସେ ମୁମ୍ବାଇର ଏକ ବ୍ୟାଙ୍କର ଅଧିକାରୀ ବୋଲି ପରିଚୟ ଦେଇ  ତୁମ ନାଁରେ ୨୫ଲକ୍ଷ ଟଙ୍କା  ଲଟେରୀ ଉଠିଛି,ସରକାରୀ ଟ୍ୟାକ୍ସ୍ ସହ ଅନ୍ୟାନ୍ୟ ଖର୍ଚ  ପୈଠ କରିବା ପରେ  ଲଟେରୀ ଟଙ୍କା ତୁମ ପାଖକୁ ପଠାଯିବ ବୋଲି କହି ଏକ ଆକାଉଂଟ ନମ୍ବର ଦେଇତିଲେ । ଭାଗ୍ୟଦେବୀ ତାଙ୍କ ପ୍ରତି ପ୍ରସନ୍ନ ହୋଇଛନ୍ତି ଭାବି  ଭୀମସେନ ଫୋନକଲ କରିଥିବା  ବ୍ୟକ୍ତିଙ୍କ ଆକାଉଇଂଟକୁ  ପ୍ରଥମେ ୧୨ ହଜାର,ପରେ ୨୨ ହଜାର,ତାପରେ ପୁଣି ୨୦ ହଜାର ଏଭଳି ବିଭିନ୍ନ ପଯ୍ୟାୟରେ ୩ଲକ୍ଷ ୧୫ ହଜାର ଟଙ୍କା ପଠାଇ ଥିଲେ ହେଲେ  କୌଣସି ଲଟେରୀ ଟଙ୍କା ତାଙ୍କ ପାଖରେ ପହଂଚି ନଥିଲା । ଏପରିକି ଭୀମସେନ ୨୫ ଲକ୍ଷ ଟଙ୍କା ପାଇବା ଲୋଭରେ  ଧାର କରଜ କରିବା ସହ ପତ୍ନୀର ସୁନା ଗହଣା ବନ୍ଧକ ଦେଇ ୩ଲକ୍ଷ ୧୫ ହଜାର ଟଙ୍କା ପଠାଇ ସାରି ଥିବାବେଳେ ପୁଣି ୭୦ ହଜାର ଟଙ୍କା ପୈଠ କରିବାକୁ କୁହା ଯାଇଥିଲା । ତେବେ ବର୍ତମାନ ଠକାମୀର ଶିକାର ହୋଇଥିବା ଭୀମସେନ  ରୁଣଗ୍ରସ୍ତ ହୋଇ ମାନସିକ ଭାରସାମ୍ୟ  ହରାଇଥିବା ବେଳେ  ଚିନ୍ତାରୁ ମୁକ୍ତି ପାଇବାକୁ ସେ ଆତ୍ମହତ୍ୟା କରିବେ ବୋଲି  ପ୍ରତିକ୍ରିୟା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.