Home ଓଡ଼ିଶା ହିସାଂକାଣ୍ଡ ଘଟାଇବା ପାଇଁ ମାଓବାଦୀ ଲୁଚାଇ ରଖିଥିବା ଲ୍ୟାଣ୍ଡମାଇନ ବ୍ୟବହୃତ ବିସ୍ପୋରକ ଦ୍ରବ୍ୟ ,ଛୁରୀ ଓ...

ହିସାଂକାଣ୍ଡ ଘଟାଇବା ପାଇଁ ମାଓବାଦୀ ଲୁଚାଇ ରଖିଥିବା ଲ୍ୟାଣ୍ଡମାଇନ ବ୍ୟବହୃତ ବିସ୍ପୋରକ ଦ୍ରବ୍ୟ ,ଛୁରୀ ଓ ମାଓସେମଗ୍ରୀ ଉଦ୍ଧାର କଲେ ଯବାନ

46

ମାଲକାନଗିରି,୨୪ା୧(ଓଡିଆ ପୁଅ) ସ୍ୱାଭିମାନ ଅଚଂଳରେ ଆଜି ବିଏସଏଫ,ଏସଓଜି ଯବାନମାନଙ୍କୁ ମିଳିଛି ଏକ ବଡ ସଫଳତା । ଗଣତନ୍ତ୍ର ଦିବସରେ କୌଣସି ଏକ ବଡଧରଣର ହିଂସାକାଣ୍ଡ ଘଟାଇବା ପାଇଁ ସ୍ୱାଭିମାନ ଅଚଂଳର ଗୋରାସେତୁ ନିକଟରେ ମାଓବାଦୀ ମାନେ ଯୋଜନା କରୁଥିବାର ଖବର ପାଇ ଆଜି ସକାଳେ ସେଠାକୁ ବିଏସଏଫ,ଏସଓଜି,ଡିବିଏଫ ଯବାନ ମାନେ କୁମ୍ବିଂ ଅପରେସନରେ ଯାଇଥିଲେ । ଗୋରାସେତୁ ନିକଟ ଜଙ୍ଗଲରେ ଯବାନ ମାନେ ସର୍ଚଅପରେସନ କରିବାରୁ ସେମାନଙ୍କ ମେଟାଲ ଡିଟେକ୍ଟର ସାଇରନ ବାଜିଥିଲା । ଯବାନ ମାନେ ସତର୍କ ହୋଇ ସେହି ଜଙ୍ଗଲରେ ବହୁତ ଖୋଜା ଖୋଜି କରିବା ପରେ ମାଓବାଦୀ ମାନେ ପାହଡତଳେ ଲୁଚାଇରଖିଥିବା ଲ୍ୟାଣ୍ଡମାଇନ ବ୍ୟବହୃତ ସାମଗ୍ରୀ,ପିୟୁଜ ତାର, ଡିଟୋନେଟର,ଗୋଳାବାରୁଦ,ଛୁରୀ ସହ ମାଓସାମଗ୍ରୀ ଗୁଡିକୁ ଉଦ୍ଧାର କରିଥିଲେ ଯବାନ ମାନେ । ବିଭିନ୍ନ ସମୟରେ ସେହି ଜଙ୍ଗଲକୁ ବିଏସଏଫ ଯବାନ ମାନେ ମାଓସର୍ଚ ଅପରେସନରେ ଯାଇଥାନ୍ତି । ଯବାନ ମାନଙ୍କୁ ଟାର୍ଗେଟକରିବା ସହ ଗଣତନ୍ତ୍ରଦିବସ ପାଇଁ ମାଓବାଦୀ ମାନେ କୌଣସି ଏକ ବଡଧରଣର ହିଂସାକାଣ୍ଡ ଘଟାଇବାର ଯୋଜନା କରୁଥିବାର ପୁଲିସ ସନ୍ଦେହ କରି ସେ ଅଚଂଳରେ ଜୋରଦାର ସୁର କ୍ଷାକର୍ମୀ ମାନେ ସର୍ଚଅପରେସନ ଚଳାଇଛନ୍ତି । ମାଓସାମଗ୍ରୀ ଗୁଡିକୁ ଯବାନ ମାନେ ଜବତ କରି ମାଓବାଦୀଙ୍କ ବଡଧରଣର ଅଘଟଣକୁ ଏଡାଇଦେଇ ପାରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.