Home ଓଡ଼ିଶା ହିନ୍ଦୁ ପରିବାର ସଠିଓଷା ରେ ପ୍ରସ୍ତର ନିର୍ମିତ ଶୀଳ ପୂଜା ଅନୁଷ୍ଠିତ

ହିନ୍ଦୁ ପରିବାର ସଠିଓଷା ରେ ପ୍ରସ୍ତର ନିର୍ମିତ ଶୀଳ ପୂଜା ଅନୁଷ୍ଠିତ

92

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୯-  ସନାତନ ଧର୍ମ ରେ ପୂଜା ପାର୍ବଣ ରେ ସଠିଓଷା ର ହିନ୍ଦୁ ପରମ୍ପରା ଅନୁଯାଇ ବିଶେଷ ପ୍ରଧାନ୍ୟ ଦିଆଯାଇଥାଏ । ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ରେ ଏହି ଓଷା ପାଳନ କରାଯାଇଥାଏ । ଏହି ଓଷା ରେ ପାଷାଣ ନିର୍ମିତ ଘରେ ଥିବା ଶୀଳ କୁ ଶୁଦ୍ଧପୁତ ଭାବରେ ଧୈାତ କରାଯାଇ ହଳଦି ମଣ୍ଡନ କରି ସଠି ବୁଢୀ ଭାବେ ପୂଜା କରାଯାଇଥାଏ । ହିନ୍ଦୁ ଧର୍ମ ର ବିଶ୍ୱାସ ଅନୁଯାଇ ସଠି ବୁଢୀ  ହେଉଛି ସନ୍ତାନ ସନ୍ତତି ପ୍ରାପ୍ତି ର ମୂଳ ଠାକୁରାଣୀ । ତେଣୁ ସଠି ବୁଢୀ କୁ ପୂଜା କଲେ ସନ୍ତାନ ସନ୍ତତି ମାନଙ୍କ ର ଶରୀର ସୁସ୍ଥ ରହିବା ସହ ନିରୋଗ ରହିଥାନ୍ତି । ତେଣୁ ସଠି ବୁଢୀର ବ୍ରତ ସ୍ୱରୂପ ସୂତା ବିଣ୍ଡିରେ ୬ ଗୋଟି ଗଣ୍ଠି କରି ହଳଦୀ ପ୍ରଲେପ  କରି ସନ୍ତାନ ସନ୍ତତି ମାନଙ୍କର ହାତରେ ବନ୍ଧା ଯାଇଥାଏ ।

ଶରୀର କୁ ବଜ୍ର କରିବା ପାଇଁ ୬ ଗୋଟି ଗଛ ଡାଳ ରେ ଗଦା ନିର୍ମାଣ କରି ସନ୍ତାନ ସନ୍ତତି ମାନଙ୍କୁ ସେହି ପାଷାଣ ନିର୍ମିତ ଶୀଳ ପାଖରେ ବସାଇ ୬ ପାହାର ପିଟା ଯାଇଥାଏ । ସେହି ଗଛ ଡାଳ ଗୁଡିକ ହେଲା ବଣସାରୁ ,ବଜ୍ରମୂଳି , ଆମ୍ବ ଡାଳ , ଓଲୁଅ ଗଛ , କଣ୍ଟେଇ କୋଳି ଡାଳ ଓ ବାଉଁଶ ଡାଳ  ା ସମସ୍ତ ହିନ୍ଦୁ ପରିବାର ରେ  ଏହିପୂଜା କରାଯାଇ ସୁଶ୍ୱାଦୁ ବ୍ୟଞ୍ଜନ ଭୋଗ କରାଯାଇଥାଏ । ଭୋଗ ଭିତରେ ୬ ପ୍ରକାର ଶାଗ , ଖେଚୁଡି , କ୍ଷୀରି , ୬ ପ୍ରକାର ତରକାରୀ , ୯ ପ୍ରକାର ର ଭଜା ଓ ପିଠା ପୂଜା କରାଯାଇଥାଏ । ଘରେ ସମସ୍ତ  ସନ୍ତାନ ସନ୍ତତି ମାନେ ଏକାଠି ବସି ଭୋଗ କରାଯାଇଥିବା ପ୍ରସାଦ କୁ ମହା ଆନନ୍ଦ ରେ ପାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.