Home ଓଡ଼ିଶା ଲଘୁଚାପ ବର୍ଷା ଯୋଗୁଁ ଜୀବନ ଯାତ୍ରା ବ୍ୟାହତ

ଲଘୁଚାପ ବର୍ଷା ଯୋଗୁଁ ଜୀବନ ଯାତ୍ରା ବ୍ୟାହତ

110

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୯- ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ କୃଷକ ମାନେ ନାନା ଅସୁବିଧା ରେ କୃଷୀ କାର୍ଯ୍ୟ ଆଗେଇ ନେଉଥିବା ବେଳେ ଲଘୁଚାପ ଜନିତ ଅବପାତ ବୃଷ୍ଟି ଯୋଗୁଁ ଜମି ରେ  ସାର ପ୍ରୟୋଗ କରିବାରେ ଅସୁବିଧା ଅନୁଭୁତ ହେଉଅଛି । ସେପ୍ଟେମ୍ବର ୧୨ ତାରିଖ ଭୋର ସମୟରୁ ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଲଗାତର ଝିପି ଝିପି ବର୍ଷା ଲାଗି ରହିଛି ।

ଗୋଟିଏ ପଟେ ଧାନ ଜମି ରେ ସାର ପକାଇବା ଆବଶ୍ୟକ ପଡୁଥିବା ବେଳେ  ସାର ର ଅଭାବ ସାଙ୍ଗ କୁ ବର୍ଷା ବ୍ୟାଘାତ ସୃଷ୍ଟି କରିଛି । ଫଳ ରେ ଧାନ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏବଂ ଦିନ ସାରା ଜନ ଜୀବନ ଯାତ୍ରା ବ୍ୟାହତ ହୋଇଛି । ଲୋକମାନେ ପବନ ନଥିଲେ ବି ବର୍ଷା ରେ ଘରୁ ବାହାରି ପାରୁନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.