Home ଅନୁଗୁଳ ହିଙ୍ଗୁଳା ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକ

ହିଙ୍ଗୁଳା ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକ

115

ତାଳଚେର,୧୯/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ମନ୍ଦିର ପରିସରରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଏହାର ପ୍ରତିକାର ସକାଶେ ଏକ ବୈଠକ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ବୋର୍ଡ ସଦସ୍ୟ ମୂରଲୀଧର ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଗତ କେତେଦିନ ପୂର୍ବରୁ ଲଗାଣ ବର୍ଷାରେ ଅରା ସଂରକ୍ଷିତ ଜଙ୍ଗଲର ବର୍ଷାଜଳ ମନ୍ଦିର ପରିସର ଦେଇ ପ୍ରବାହିତ ହୋଇଥିବାରୁ ଉପସ୍ଥିତ ଟ୍ରଷ୍ଟବୋର୍ଡ ସଦସ୍ୟମାନେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ଏଣୁ ଏହି ବର୍ଷାଜଳକୁ ଡ୍ରେନ ମାଧ୍ୟମରେ ସିଙ୍ଗଡା ନଦୀରେ ପହଁଚାଇବା ପାଇଁ ସବିଶେଷ ଆଲୋଚନା କରାଯାଇଥିଲା । ପ୍ରସ୍ତାବ ମୁତାବକ ପିଡବ୍ଲୁଡି ଅଧିକାରୀଙ୍କ ସହ ଆଲୋଚନା କରି ହିଙ୍ଗୁଳା ପୋଖରିଆ ଖଦାନର ପୁରୁଣା ଖଣି ଦେଇ ଏକ ନୂତନ ଡ୍ରେନ ନିର୍ମାଣ କରାଯିବ ଏବଂ ଏହା ମାଧ୍ୟମରେ ବର୍ଷାଜଳକୁ ବ୍ୟବସ୍ଥିତ ଢଙ୍ଗରେ ସିଙ୍ଗଡା ନଦୀରେ ଛଡାଯିବାକୁ ନିଷ୍ପତି ର୍ହୋଇଥିଲା । ଏହାବ୍ୟତୀତ ମା’ ଙ୍କ ମନ୍ଦିର ସମ୍ମୁଖରେ ନିର୍ମିତ ହେବାକୁ ଥିବା ମୁଖଶାଳା ଓ ଯଜ୍ଞଶାଳାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶାଳବଣିଆ ଛକ ଠାରୁ କୁମୁଣ୍ଡା ଗ୍ରାମର ପୋଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଗଛ ଲଗାଇବା, ପେବର ବ୍ଲକ ବିଛାଇବା ତଥା ଷ୍ଟ୍ରିଟ୍ ଲାଇଟ ଲଗାଇବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । କୋଭିଡ-୧୯ର ନିୟମକୁ ପାଳନ କରାଯାଇ ଏହି ବୈଠକ କରାଯାଇଥିଲା । ଏଥିରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ,ସନ୍ତୋଷ କୁମାର ପ୍ରଧାନ,ଅରୁଣ କୁମାର ପ୍ରଧାନ,ସଞ୍ଜୟ କୁମାର ସାହୁ,ଗଗନ ବିହାରୀ ସାହୁଙ୍କ ସହ ଗୋପାଳପ୍ରସାଦ ସମିତି ସଦସ୍ୟ ଅର୍ଜୁନ ବେହେରା ଉପସ୍ଥିତ ଥିଲେ । ଶେଷରେ ଗଗନ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.