Home ଅନୁଗୁଳ ହିଙ୍ଗୁଳା ମନ୍ଦିର ନିର୍ମାଣ ପାଇଁ ଟ୍ରକ ମାଲିକ ସଂଘ,ହିଙ୍ଗୁଳା ସେକ୍ଟରର ଅର୍ଥଦାନ

ହିଙ୍ଗୁଳା ମନ୍ଦିର ନିର୍ମାଣ ପାଇଁ ଟ୍ରକ ମାଲିକ ସଂଘ,ହିଙ୍ଗୁଳା ସେକ୍ଟରର ଅର୍ଥଦାନ

104

ତାଳଚେର,୨୮/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପରିକଳ୍ପିତ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରକ ମାଲିକ ସଂଘ,ହିଙ୍ଗୁଳା ଶାଖା ପକ୍ଷରୁ ଅର୍ଥଦାନ କରାଯାଇଛି । ଏହି ଅବସରରେ ଟ୍ରକ ମାଲିକ ସଂଘର କାର୍ଯ୍ୟପାଳିକା ସଦସ୍ୟମାନଙ୍କୁ ନେଇ ଏକ ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମା’ଙ୍କର ମନ୍ଦିର ନିର୍ମାଣ ପାଇଁ ସଂଘ ପକ୍ଷରୁ ସର୍ବମୋଟ ୧କୋଟି ୬୩ ହଜାର ୭୭ ଟଙ୍କାର ଅର୍ଥରାଶିକୁ ମା ହିଙ୍ଗୁଳା ଡେଭଲପମେଣ୍ଟ ଆକାଉଣ୍ଟରେ ଜମା କରବା ପାଇଁ ନିଷ୍ପତି ହୋଇଥିଲା । କୋଭିଡ-୧୯ର ନିୟମକୁ ଅନୁସରଣ କରି ଏହି ବୈଠକରେ ଟ୍ରକ ମାଲିକ ସଂଘର ସଦସ୍ୟ ତଥା ଟ୍ରଷ୍ଟ ବୋର୍ଡ ସଦସ୍ୟ ମୂରଲୀଧର ସାହୁ,ଅରୁଣ କୁମାର ପ୍ରଧାନ, ରାଜେନ୍ଦ୍ର ସିଂହ,ସନ୍ତୋଷ କୁମାର ପ୍ରଧାନ,ଗଗନ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଟ୍ରକ ମାଲିକ ସଂଘର କାର୍ଯ୍ୟପାଳିକା ସଦସ୍ୟ ଜନାର୍ଦ୍ଦନ ମହାନ୍ତି, ଉଗ୍ରେସନ ପ୍ରଧାନ,ଧୀରେନ ଲେଙ୍କା,ପରମାନନ୍ଦ ସାହୁ,ସଂଗ୍ରାମ ସିଂହ,ବିକାଶ ଗଡନାୟକ, ବିନୋଦ କୁମାର ସାହୁ,ଦୁଷ୍ମନ୍ତ କୁମାର ମୁଦୁଲି, ଯୁଗଳ କିଶୋର ସାହୁ, ମନୋଜ କୁମାର ଦେହୁରୀ,ନିରଞ୍ଜନ ବାରିହା,ଗୁଣ୍ଡିଚା ସାହୁ,ସରୋଜ କୁମାର ପ୍ରଧାନ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ଏହି ଅର୍ଥରାଶିକୁ ଅନ୍ୟତମ ଟ୍ରଷ୍ଟବୋର୍ଡ ସଦସ୍ୟ ସଞ୍ଜୟ କୁମାର ସାହୁଙ୍କ ଉପସ୍ଥିତିରେ ମା ହିଙ୍ଗୁଳା ଡେଭଲପମେଣ୍ଟ ଆକାଉଣ୍ଟରେ ଜମା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.