Home କେନ୍ଦୁଝର ଅତିରିକ୍ତ ତହସିଲଦାରଙ୍କୁ ର୍ଦୁବ୍ୟବହାର ଅଭିଯୋଗ

ଅତିରିକ୍ତ ତହସିଲଦାରଙ୍କୁ ର୍ଦୁବ୍ୟବହାର ଅଭିଯୋଗ

177

ହାଟଡ଼ିହି, ୨୦ / ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ)ହାଟଡିହି ତହସିଲର ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସଙ୍କୁ ତାଙ୍କ ଚ୍ୟାମ୍ବରରେ ପସି ଏଲକଣା ଗ୍ରାମର ଜଣେ ଯୁବକ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ଅତିରିକ୍ତ ତହସିଲଦାର ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ମଧ୍ୟ ପୁଲିସ ବହୁ ବିଳମ୍ବରେ ମାମଲା ରୁଜୁ କରିଛି । ଅଭିଯୋଗରୁ ଜଣାଯାଇଛି ଯେ ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ ଗତ ୧୭ତାରିଖ ଦିନ ନିଜ ଚ୍ୟାମ୍ବରରେ ବସି ସରକାରୀ କାର୍ଯ୍ୟ କରୁଥିବାବେଳେ ଏଲକଣା ଗ୍ରାମର ଜଣେ ଯୁବକ ଚ୍ୟାମ୍ବରକୁ ପସିଯାଇ ଏକ ଚେୟାରରେ ବସିଯାଇଥିଲେ । ଅତିରିକ୍ତ ତହସିଲଦାର କଣ କାମ ଆପଣ କିଏ ବୋଲି ପଚାରିବାରୁ ମୋତେ ଜାଣି ନାହଁ ବୋଲି ଓଲଟା ପ୍ରଶ୍ନ ପଚାରି କିଛି କାଗଜପତ୍ର ଦେଖାଇଥିଲେ । ସୋମବାର ଦିନ ଅଫିସରେ ଦେଖା କରିବ ବୋଲି କହିବାରୁ ଯୁବକ ଜଣକ ବହୁତ ଯୁକ୍ତିତର୍କ କରିଥିଲେ । ପରେ ଚେମ୍ବରରୁ ବାହାରି ଆସି ବାଘକୁ ଚିହ୍ନିନାହଁ ଏଥର ଫଳ ଭୋଗିବ ବୋଲି କହି ପ୍ରବଳ ଗାଳି ଗୁଲଜ କରିଥିଲା । ଏନେଇ ଅତିରିକ୍ତ ତହସିଲଦାର ସେହି ୧୭ତାରିଖ ଦିନ ନନ୍ଦିପଦା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ କୌଣସି ପଦକ୍ଷେପ ନେଇ ନଥିଲା । ଯାହାଦ୍ୱାରା ସେହି ଯୁବକ ଜଣକ ଗତକାଲି ପୁନର୍ବାର ତାଙ୍କ ଭଡାଘରକୁ ଯାଇଥିଲା । ଫଳରେ ଅତିରିକ୍ତ ତହସିଲଦାର ଶ୍ରୀ ଦାସ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇବାକୁ ପୁଲିସକୁ କହିବାପରେ ପୁଲିସ ବାଧ୍ୟହୋଇ ଗତକାଲି ଏକ ମାମଲା ରୁଜୁ କରିଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଯଦି ଜଣେ ମାଜିଷ୍ଟେଟ ପୁଲିସ ପାଖରୁ ନ୍ୟାୟ ପାଇବାପାଇଁ ଏତେ ବିଳମ୍ବ ଘଟୁଛି ତାହାଲେ ସାଧାରଣ ଲୋକଟିଏ କିପରି ଥାନାରୁ ନ୍ୟାୟ ପାଉଥିବ ତାହା ସହଜରେ ଅନୁମେୟ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.