Home କେନ୍ଦୁଝର ହାବଳେଶ୍ୱର ମନ୍ଦିରକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

ହାବଳେଶ୍ୱର ମନ୍ଦିରକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

182

ହାଟଡ଼ିହି, ୧୫ । ୪ : ହାଟଡିହି ବ୍ଲକ ହାବଳେଶ୍ୱରରେ କିଛି ବ୍ୟକ୍ତି ଯାଜପୁର କରେନା ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ଜଣା ପଡିବାପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସଂଷ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ମନ୍ଦିରକୁ ଯାଇଥିବାରୁ ଆଜି ପ୍ରଶାସନର ନିର୍ଦ୍ଦେଶକ୍ରମେ ହାଟଡିହି ଅଗ୍ନିଶମ ବିଭାଗ ପକ୍ଷରୁ ହାବଳେଶ୍ୱର ଶିବମନ୍ଦିରକୁ ବିଶୋଧନ କରାଯିବା ସହ ହାବଳେଶ୍ୱର କ୍ୱାରେଣ୍ଟାଇନ ସେଣ୍ଟର ଓ ରତକଣା ଆଇସୋଲେସନ ସେଣ୍ଟର କୁ ବିଶୋଧନ କରାଯାଇଥିଲା । ଅଗ୍ନିଶମ କାର୍ଯ୍ୟାଳୟର ଅଧିକାରୀ ସୂର୍ଯ୍ୟମଣୀ ନାୟକ, ହାବିଲଦାର ସୁରେଶ କୁମାର ଜେନା, କପିଳାଶ ନାୟକଙ୍କ ନେତୃତ୍ୱରେ ମାନଭଞ୍ଜନ ସାହୁ, ଭାବଗ୍ରାହୀ ବେହେରା, ରାକେଶ ସେନାପତି, ଗୋବିନ୍ଦ ଭୋଇ, ମହିମା ଦଳେଇ, ସତ୍ୟବ୍ରତ ବାରିକ ପ୍ରମୁଖ ଆଗ୍ନିକମାନେ ବିଶୋଧନ କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.