Home ଜିଲ୍ଲା ପରିକ୍ରମା ହାପି କ୍ଲବ୍ ପକ୍ଷରୁ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହାପି କ୍ଲବ୍ ପକ୍ଷରୁ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

4

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରହଣିଆ ପଞ୍ଚାୟତ ଶୈସାଲାପୁର ଗ୍ରାମର ହାପି କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଉଦଘାଟନ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳକେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ପୂର୍ବତନ ସରପଞ୍ଚ ବିରେନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଲିଗ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲେ । ଆନନ୍ଦପୁର କ୍ରିକେଟ ଟିମ୍ ଓ ଯାଜପୁର ସାନବଜାର କ୍ରିକେଟ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସାନବଜାର ଟିମ ଅଧିନାୟକ ଟସ ଜିଣି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଆନନ୍ଦପୁର ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୫୩ ରନ ସ୍କୋର କରିଥିଲେ । ଜବାବରେ ସାନବଜାର ଟିମ ଶେଷ ବଲରେ ବିଜୟ ଲାଭ କରି ଚାମ୍ପିଅନ ହୋଇଥିଲେ । ସୁଶାନ୍ତ ମ୍ୟାନ ଅଫ ଦି ମ୍ୟାଚ ଓ ଅନିରୁଦ୍ଧ ସ୍ୱାଇଁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ । ଖେଳ ଶେଷରେ ବିଜେପି ପୂର୍ବତନ ଜିଳ୍ଲା ସଭାପତି ଅକ୍ଷୟ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାମ୍ପିଅନ, ରନରସପ ଦଳ ସମେତ କୃତୀ ଖେଳାଳୀଙ୍କୁ ଟ୍ରଫି, କପ ଓ ନଗଦ ଅର୍ଥ ପ୍ରଦାନ କରି ପୁରସ୍କୃତ କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ହାପି କ୍ଲବର ସଦସ୍ୟମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.